ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବେରେ ଅନୁଷ୍ଠିତ ହୋଇଯାଇଛି ଭର୍ଚ୍ଚୁଆଲ ମିଟିଙ୍ଗ । ଏଥିରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ଦେଶରେ NEET-JEE ପରୀକ୍ଷା କରାଇବାକୁ କେନ୍ଦ୍ର ସରକାର ତାରିଖ ଧାର୍ଯ୍ୟ କରିଥିବାବେଳେ ଏହାକୁ ବର୍ତ୍ତମାନ ସମୟରେ ବନ୍ଦ କରିବାକୁ ଦାବି କରିଛି ବିରୋଧି କଂଗ୍ରସ ଏବଂ ତାହାର ସମର୍ଥକ ଦଳ ।
ସେପଟେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ ବୋଲି ବୈଠକରେ ନିଷ୍ପତି ହୋଇଛି । ବୈଠକରେ ଏକ ସାଧାରଣ ସହମତିରେ ପ୍ରକାଶ ପାଇଛି ଯେ NEET-JEE ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ।