ଓଡିଶା

odisha

ମେରିକମଙ୍କ ସମେତ 7 ଜଣ ପାଇବେ ପଦ୍ମ ବିଭୂଷଣ

By

Published : Jan 26, 2020, 1:22 AM IST

ଚଳିତ ଥର ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ସ୍ବଗର୍ତ ଅରୁଣ ଜେଟଲୀ ଏବଂ ସୁଷମା ସ୍ବରାଜ ମଧ୍ୟ ରହିଛନ୍ତି । ଅଧିକ ପଢନ୍ତୁ...

padma bibhusan
ମେରିକମ

ନୂଆଦିଲ୍ଲୀ: ୭୧ ତମ ଗଣତନ୍ତ୍ର ଦିବସରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାରର ଘୋଷଣା ହୋଇଛି । ମୋଟ ୧୪୧ ଜଣ ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଚଳିତ ଥର ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ସ୍ବଗର୍ତ ଅରୁଣ ଜେଟଲୀ ଏବଂ ସୁଷମା ସ୍ବରାଜ ମଧ୍ୟ ରହିଛନ୍ତି ।

ପଦ୍ମ ବିଭୂଷଣ ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ (ମରଣୋତ୍ତର), ସୁଷମା ସ୍ବରାଜ(ମରଣୋତ୍ତର), ଅରୁଣ ଜେଟଲି (ମରଣୋତ୍ତର), କ୍ରୀଡ଼ାବିତ ଏମସି ମେରିକମ, ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ବେସ ତୀର୍ଥ ସ୍ବାମୀଜି ।

ABOUT THE AUTHOR

...view details