ଓଡିଶା

odisha

ETV Bharat / bharat

ଆସନ୍ନ ବିପଦରୁ ବର୍ତ୍ତିବାକୁ 7ଟି ସ୍ଥାନରେ ହେଲିପ୍ୟାଡ ନିର୍ମାଣ ସ୍ଥାନ ଚିହ୍ନଟ

ଏଣିକି ଆସନ୍ନ ବିପଦରୁ ସଙ୍ଗେ ସଙ୍ଗେ ରକ୍ଷା କରିବ ହେଲିପ୍ୟାଡ। ଏନେଇ ହିମାଚଳପ୍ରଦେଶର କାଙ୍ଗଡା ଜିଲ୍ଲା ପ୍ରଶାସନ ସଜାଗ ହୋଇ ଉଠିଛି । ପ୍ରଶାସନ ପକ୍ଷରୁ 7ଟି ସବଡିଭିଜନରେ ହେଲିପ୍ୟାଡ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି ।

By

Published : Aug 25, 2019, 12:50 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସିମଲା: ହିମାଚଳପ୍ରଦେଶ ପ୍ରଶାସନର ନୂତନ ପଦକ୍ଷେପ। ଦେଶରେ ଲାଗିରହିଥିବା ପ୍ରାକୃତିକ ବିପର୍ୟ୍ୟୟରୁ ସଙ୍ଗେ ସଙ୍ଗେ ରକ୍ଷା କରିବ ହେଲିପ୍ୟାଡ । ଏନେଇ କାଙ୍ଗଡା ଜିଲ୍ଲା ପ୍ରଶାସନ ଆସନ୍ନ ବିପଦରୁ ବର୍ତ୍ତିବା ପାଇଁ ରାଜ୍ୟର 7ଟି ସବଡିଭିଜନରେ ହେଲି ପ୍ୟାଡ ନିର୍ମାଣ ପାଇଁ ଚିହ୍ନଟ କରିଛି ସ୍ଥାନ।

ଆଞ୍ଚଳିକ ଏସଡିଏମ ପ୍ରଥମେ ପାଲମପୁର, ଦେହରା ଓ ଧୀରାରେ ହେଲିପ୍ୟାଡ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି । ଏହାପରେ ଅନ୍ୟ ସବଡିଭିଜନ ଗୁଡିକରେ ଖୁବଶୀଘ୍ର ସ୍ଥାନ ଚିହ୍ନଟ କରାଯିବା ପାଇଁ ଆଦେଶ ମଧ୍ୟ ଦିଆଯାଇଛି । ଡିସି କାଙ୍ଗଡା ରାକେଶ କୁମାର ପ୍ରଜାପତିଙ୍କ କହିବାନୂଯାୟୀ, ଆସନ୍ନ ବିପଦକୁ ଆଖି ଆଗରେ ରଖି ସମସ୍ତ ଏସଡିଏମଙ୍କୁ ବିଧାନସଭା ସ୍ତରରେ ହେଲିପ୍ୟାଡ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରି କାମ ଆରମ୍ଭ କରିବାକୁ କୁହାଯାଇଛି ।

ABOUT THE AUTHOR

...view details