ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା କୋରୋନା ଚିନ୍ତା। ଆଜି ସକାଳୁ 7 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ୱେବସାଇଟର ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ଓ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ କୌଣସି ସୂଚନା ଦିଆଯାଇଛି। ଆଜିର ଏହି 7ଟି ମାମଲା ପରେ ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 68ର ପହଞ୍ଚିଛି।
ରାଜ୍ୟରେ ଆଉ 7 ପଜିଟିଭ୍ ଚିହ୍ନଟ, ସଂଖ୍ୟା 68କୁ ବୃଦ୍ଧି
ରାଜ୍ୟରେ ପୁଣି ବଢିଲା କୋରୋନା ଚିନ୍ତା। ଆଜି ସକାଳୁ 7 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଓଡିଶାରେ ଆଉ 7 ପଜିଟିଭ୍ ଚିହ୍ନଟ, ସଂଖ୍ୟା 68କୁ ବୃଦ୍ଧି
ସୂଚନା ଥାଉକି,ରାଜ୍ୟରେ ବର୍ତ୍ତମାନ 43 ଟି ଆକ୍ଚଭ କେସ ଥିବା ବେଳେ 24 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ହୋଇଛି। 2 ଦିନ ତଳେ ଏପ୍ରିଲ 18 ତାରିଖରେ ବାଲେଶ୍ବରରୁ 61 ନମ୍ବର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରବିବାର ରାଜ୍ୟରେ 10641 ଟି ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ 10573 ଟି ନେଗେଟିଭ ବାହାରିଛି।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ
Last Updated : Apr 20, 2020, 8:39 AM IST