ରାଞ୍ଚି:ଝାଡଖଣ୍ତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ସଡକ ଦୁର୍ଘଟଣାରେ 7 ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗୁମଲା ଜିଲ୍ଲାର ବିଷ୍ଣୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ନେତାରହାଟ ପାହାଡ ନିକଟରେ ଏକ ବକ୍ସାଇଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ 2 ଗୁରୁତର ହୋଇଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ମର୍ମନ୍ତୁଦ ସଡକ ଦୁର୍ଘଟଣା: 7 ମୃତ,2 ଗୁରୁତର - ଝାଡଖଣ୍ତ ସଡକ ଦୁର୍ଘଟଣା
ଝାଡଖଣ୍ତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 7 ମୃତ୍ୟୁ ,2 ଜଣ ଗୁରୁତର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

ମର୍ମନ୍ତୁଦ ସଡକ ଦୁର୍ଘଟଣା : 7 ମୃତ,2 ଗୁରୁତର
ସେହିପରି, ଦେଓଘର ଜିଲ୍ଲାରେ ମଧ୍ୟ ସଡକ ଦୁର୍ଘଟଣା ଘଟିଛି । ବାଇକରେ ଯାଉଥିବା 2 ଯୁବକ ଟ୍ରାକ୍ଟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ସ୍ଥାନୀୟ ଲୋକେ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ ନେଉଥିଲେ । ହେଲେ ମେଡିକାଲ ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।