ଓଡିଶା

odisha

ETV Bharat / bharat

ଦି ୱାର୍ଲ୍ଡ ୟୁନଭରସିଟି ରାଙ୍କିଙ୍ଗକୁ 7ଟି ଆଇଆଇଟି କଲେଜର ବୟକଟ - ଆଇଆଇଟି କଲେଜର ବୟକଟ

ସାତୋଟି ଆଇଆଇଟି ଟାଇମ୍ସ ହାଇଅର ଇଜୁକେସନ ୱାର୍ଲ୍ଡ ୟୁନଭରସିଟି ର଼୍ୟାଙ୍କିଙ୍ଗରେ ଅଂଶଗ୍ରହଣ କରିବ ନାହିଁ। ପ୍ରିମିୟର୍ ଇଞ୍ଜିନିୟରିଂ ସ୍କୁଲଗୁଡ଼ିକର ପ୍ରତିନିଧିଙ୍କ ସହ ଦୁଇଟି ବୈଠକ କରିବା ପରେ ରାଙ୍କିଙ୍ଗ ପାରାମିଟରରେ ସ୍ବଚ୍ଛତା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଦି ୱାର୍ଲ୍ଡ ୟୁନଭରସିଟି ରାଙ୍କିଙ୍ଗକୁ 7ଟି ଆଇଆଇଟି କଲେଜର ବୟକଟ

By

Published : Apr 17, 2020, 10:24 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ମୁମ୍ବାଇ, ଦିଲ୍ଲୀ, କାନପୁର, ଗୌହାଟି, ମାଡ୍ରାସ, ରୁର୍କି ଏବଂ ଖଡଗପୁର ସାତୋଟି ଆଇଆଇଟି ଟାଇମ୍ସ ହାଇଅର ଏଜୁକେସନ ୱାର୍ଲ୍ଡ ୟୁନଭରସିଟି ର଼୍ୟାଙ୍କିଙ୍ଗରେ ଅଂଶଗ୍ରହଣ କରିବ ନାହିଁ। ପ୍ରିମିୟର୍ ଇଞ୍ଜିନିୟରିଂ ସ୍କୁଲଗୁଡ଼ିକର ପ୍ରତିନିଧିଙ୍କ ସହ ଦୁଇଟି ବୈଠକ କରିବା ପରେ ରାଙ୍କିଙ୍ଗ ପାରାମିଟରରେ ସ୍ବଚ୍ଛତା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।

ଗତ ବର୍ଷ ସେପ୍ଟେମ୍ବରରେ ପ୍ରକାଶିତ ୱାର୍ଲ୍ଡ ୟୁନଭରସିଟି ରାଙ୍କିଙ୍ଗରେ ସେମାନଙ୍କର ପ୍ରଦର୍ଶନକୁ ନେଇ ଆଇଆଇଟି ଚିନ୍ତା ପ୍ରକଟ କରିଥିଲା ।

ଆଇଆଇଟି-ବମ୍ବେ କହିଛି ଯେ, ଚଳିତ ବର୍ଷ ଏଥିରେ ଭାଗ ନେବାକୁ ବାରଣ ସତ୍ତ୍ବେ ଟାଇମ୍ସ ହାଇଅର ଏଜୁକେସନ ମନୋନୟନ ପ୍ରକ୍ରିୟାରେ ବମ୍ବେ ଆଇଆଇଟିକୁ ସ୍ଥାନ ଦେଇଛି । ଅନ୍ୟପକ୍ଷରେ ଆଇଆଇଟି-ଦିଲ୍ଲୀର ନିର୍ଦ୍ଦେଶକ ଭି ରାମଗୋପାଲ ରାଓ ସୋସିଆଲ ମିଡିଆରେ କହିଛନ୍ତି ଯେ ବିଶ୍ବ ବିଶ୍ବବିଦ୍ୟାଳୟ ମାନ୍ୟତା ଭାରତୀୟ ଶିକ୍ଷାନୁଷ୍ଠାନଗୁଡିକର ପ୍ରକୃତ ପ୍ରଦର୍ଶନକୁ ପ୍ରତିଫଳିତ କରୁନାହିଁ । ଫଳରେ ଏଥିରେ ଭାଗ ନେବା ନିଷ୍ପତ୍ତି ନିଆଯାଇଛି ।

ଗତ ବର୍ଷ ବିଶ୍ବ ବିଶ୍ୱବିଦ୍ୟାଳୟ ମାନ୍ୟତାର ଶ୍ରେଷ୍ଠ 300ରେ କୌଣସି ଭାରତୀୟ ଅନୁଷ୍ଠାନ ସ୍ଥାନ ପାଇନଥିଲେ । ମୋଟ 14 ଟି ଆଇଆଇଟି ଚଳିତ ବର୍ଷ ର଼୍ୟାଙ୍କିଙ୍ଗରେ ସ୍ଥାନ ପାଇଛି ।

ABOUT THE AUTHOR

...view details