ଓଡିଶା

odisha

ETV Bharat / bharat

ୟୁପି ବୋର୍ଡ ପରୀକ୍ଷା ଫଳାଫଳ: ହିନ୍ଦୀରେ ଫେଲ୍‌ 7.97 ଲକ୍ଷ ଛାତ୍ରଛାତ୍ରୀ - ହିନ୍ଦୀରେ ଫେଲ୍

ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ଉତ୍ତରପ୍ରଦେଶରେ ଦଶମ ଓ ଦ୍ବାଦଶ ଶ୍ରେଶୀ ସେକେଣ୍ଡାରୀ ବୋର୍ଡ ପରୀକ୍ଷାରେ ହିନ୍ଦୀ ପରୀକ୍ଷା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଶନିବାର ଘୋଷଣା ହୋଇଥିବା ପରୀକ୍ଷା ଫଳାଫଳରୁ ଜଣାପଡିଛି ଯେ, ରାଜ୍ୟରେ 7.97 ଛାତ୍ରଛାତ୍ରୀ ହିନ୍ଦୀ ବିଷୟରେ ଫେଲ୍‌ ହୋଇଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 29, 2020, 12:54 PM IST

ଲକ୍ଷ୍ନୌ: ହିନ୍ଦୀ ହେଉଛି ବିଶ୍ବର ତୃତୀୟ ସର୍ବାଧିକ କୁହାଯାଉଥିବା ଭାଷା । ରାଷ୍ଟ୍ରଭାଷା ହିନ୍ଦୀ ବିଶ୍ବର ବଡ ବଡ କମ୍ପାନୀ ଓ ୱେବ୍‌ସାଇଟରେ ବହୁଳ ପ୍ରଚଳନ ଭାଷା ଭାବେ ଆଦୃତ । ଏପରିସ୍ଥଳେ ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ଉତ୍ତରପ୍ରଦେଶରେ ଦଶମ ଓ ଦ୍ବାଦଶ ଶ୍ରେଶୀ ସେକେଣ୍ଡାରୀ ବୋର୍ଡ ପରୀକ୍ଷାରେ ହିନ୍ଦୀ ପରୀକ୍ଷା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଶନିବାର ଘୋଷଣା ହୋଇଥିବା ପରୀକ୍ଷା ଫଳାଫଳରୁ ଜଣାପଡିଛି ଯେ, ରାଜ୍ୟରେ 7.97 ଛାତ୍ରଛାତ୍ରୀ ହିନ୍ଦୀ ବିଷୟରେ ଫେଲ୍‌ ହୋଇଛନ୍ତି ।

ବୋର୍ଡ ଅଧିକାରୀଙ୍କ କହିବାନୁସାରେ, ପ୍ରାୟ 2.70 ଲକ୍ଷ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ହିନ୍ଦୀରେ ପାସ୍ ମାର୍କ ପାଇବାରେ ବିଫଳ ହୋଇଥିବାବେଳେ ହାଇସ୍କୁଲର 5.28 ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ହିନ୍ଦୀ ପେପରରେ ଫେଲ୍‌ ହୋଇଛନ୍ତି ।

ଦ୍ବାଦଶ ଶ୍ରେଣୀ ପାଇଁ ହିନ୍ଦୀ ପେପର୍‌ର ମୂଲ୍ୟାଙ୍କନ କରୁଥିବା ଜଣେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନାମ ଗୋପନ ରଖି କହିଛନ୍ତି ଯେ, ଅନେକ ପିଲା 'ଆତ୍ମବିଶ୍ବାସ' ଭଳି ସରଳ ଶବ୍ଦ ଜାଣି ନଥିଲେ ଏବଂ ଭୁଲ୍ ବନାନ ଥାଇ ମଧ୍ୟ ଲେଖିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଛାତ୍ର ହିନ୍ଦୀକୁ ଅଣଦେଖା କରନ୍ତି, କାରଣ ସେମାନେ ଅନୁଭବ କରନ୍ତି ଯେ ହିନ୍ଦୀ ଭାଷା ଅଧ୍ୟୟନ କରିବାର କୌଣସି ଆବଶ୍ୟକତା ନାହିଁ ।

ସେପଟେ ବୋର୍ଡ ଅଧିକାରୀ କହିଛନ୍ତି ଯେ ଗତ ବର୍ଷ ହିନ୍ଦୀରେ ବିଫଳ ହୋଇଥିବା ଛାତ୍ରଙ୍କ ସଂଖ୍ୟା ପ୍ରାୟ 10 ଲକ୍ଷ ଥିଲା । ଚଳିତ ବର୍ଷ ୟୁପି ବୋର୍ଡର ବୋର୍ଡ ପରୀକ୍ଷାରେ ପ୍ରାୟ 56 ଲକ୍ଷ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

@IANS

ABOUT THE AUTHOR

...view details