ଓଡିଶା

odisha

ETV Bharat / bharat

ଭାରତରେ ଲକ୍ଷେରେ 7.9 ପ୍ରତିଶତ ଲୋକ କୋରୋନା ଆକ୍ରାନ୍ତ

ବିଶ୍ବ ସାରା ପ୍ରତି ଏକ ଲକ୍ଷରେ 4.2 ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଭାରତରେ ଏହା 0.2 ରହିଛି । ଅଧିକ ପଢନ୍ତୁ...

ଭାରତରେ ଏକ ଲକ୍ଷରେ 7.9 ଲୋକ କୋରୋନା ଆକ୍ରାନ୍ତ
ଭାରତରେ ଏକ ଲକ୍ଷରେ 7.9 ଲୋକ କୋରୋନା ଆକ୍ରାନ୍ତ

By

Published : May 21, 2020, 11:00 AM IST

ନୂଆଦିଲ୍ଲୀ: ଭାରତରେ ପ୍ରତି ଏକ ଲକ୍ଷରେ 7.9 ଲୋକ କୋଭିଡ 19 ଆକ୍ରାନ୍ତ । ସମଗ୍ର ବିଶ୍ବର ଜନସଂଖ୍ୟା ହିସାବରେ ପ୍ରତି ଲକ୍ଷରେ 62 ଲୋକ କୋରୋନା ଆକ୍ରାନ୍ତ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଭାରତରେ କୋରୋନାରୁ ସୁସ୍ଥତା ହାର ରହିଛି 39.62 ପ୍ରତିଶତ । ଏବେ ସୁଦ୍ଧା ମୋଟ ଆକ୍ରାନ୍ତର 40 ପ୍ରତିଶତ ସୁସ୍ଥ ହୋଇସାରିଛନ୍ତି । ବାକି ଆକ୍ଟିଭ କେସ ମଧ୍ୟରୁ ଏବେ 2.94 ପ୍ରତିଶତ ଲୋକ ଅମ୍ଲଜାନ ସହାୟତାରେ ରହିଛନ୍ତି । ସେହିପରି 3 ପ୍ରତିଶତଙ୍କୁ ଆଇସିୟୁରେ ରଖାଯାଇଛି । ଭେଣ୍ଟିଲେଟରରେ 0.45 ପ୍ରତିଶତ ଆକ୍ରାନ୍ତ ଅଛନ୍ତି ବୋଲି ସେ କହିଛନ୍ତି ।

ଲଭ ଅଗ୍ରୱାଲଙ୍କ ସୂଚନାନୁସାରେ ବିଶ୍ବ ସାରା ପ୍ରତି ଏକ ଲକ୍ଷରେ 4.2 ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଭାରତରେ ଏହା 0.2 ରହିଛି । ପ୍ରଥମ ଲକଡାଉନବେଳେ ଦେଶରେ ସୁସ୍ଥତା ହାର 7.1 ପ୍ରତିଶତ ଥିଲା । ଦ୍ବିତୀୟ ଲକଡାଉନବେଳେ ଏହା 11.42 ପ୍ରତିଶତ ରହିଥିଲା । ଏହାପରେ ସୁସ୍ଥତା ହାର 26.59 ପ୍ରତିଶତ ରହିଥିଲା । ଏବେ ଏହା 39.62 ପ୍ରତିଶତ ରହିଛି ବୋଲି ସେ କହିଛନ୍ତି ।

ଏବେ ଯାଏଁ 45 ହଜାର 300 ଲୋକ ସୁସ୍ଥ ହୋଇସାରିଛନ୍ତି । ସେହିପରି ଦେଶସାରା ଏବେ ଯାଏଁ ମୋଟ 25 ଲକ୍ଷ 36 ହଜାର 156 ସାମ୍ପଲ ଟେଷ୍ଟ ହୋଇସାରିଛି । ଲଗାତାର 2 ଦିନ ହେବ ଲକ୍ଷାଧିକ ଉପରେ ଟେଷ୍ଟ ହେଉଛି । ଭାରତରେ ମୋଟ 555 ଲ୍ୟାବରେ ପରୀକ୍ଷା ହେଉଛି । ଏଥିରୁ 391 ଆଇସିଏମଆର ନେଟୱାର୍କ ଅଧୀନରେ ରହିଛି । ବାକି 164ଟି ଘରୋଇ ଲାବ୍ ରହିଛି ।

ABOUT THE AUTHOR

...view details