ବେଙ୍ଗାଲୁରୁ: ଦୁର୍ଘଟଣାରେ ଚାଲିଗଲା 7 ଜୀବନ । କର୍ଣ୍ଣାଟକ କାଲାବୁରାଗୀ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗତ ଶନିବାର କାଲାବୁରାଗୀରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନିଆଯାଉଥିଲା । ସେହି ସମୟରେ ଏକ ଲୋରୀ ସହ କାରଟି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଗର୍ଭବତୀ ମହିଳାଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି ।