ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲିଭିତ ଅଞ୍ଚଳରେ ସଡକ ଦୁର୍ଘଟଣା । ବସ ସହିତ ପିଟି ହେଲା ବୋଲେରୋ । ଫଳରେ 9 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 32 ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ପୁରାନାପୁର ଅଞ୍ଚଳରେ ଘଟିଥିବା ନେଇ ପିଲଭିତର ଏସପି ଜୟପ୍ରକାଶ ସୂଚନା ଦେଇଛନ୍ତି ।
ସେପଟେ ସମସ୍ତ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ଯୋଗୀ । ସମସ୍ତଙ୍କୁ ଚିକିତ୍ସା ଯୋଗାଇବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।