ଓଡିଶା

odisha

ETV Bharat / bharat

ବିଦେଶ ଫେରନ୍ତା ଭାରତୀୟଙ୍କ ପାଇଁ 7 ଦିନ କମିଲା କ୍ବାରେଣ୍ଟିନ ଅବଧି - quarantine period for expatriate Indians

ଏକ ବଡ ଖବର ସାମ୍ନାକୁ ଆସିଛି କି ଭାରତକୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ 14 ଦିନିଆ ହୋଟେଲ କ୍ବାରେଣ୍ଟିନକୁ 7 ଦିନକୁ ହ୍ରାସ କରାଯାଇଛି।

ବିଦେଶ ଫେରନ୍ତା ଭାରତୀୟଙ୍କ ପାଇଁ 7 ଦିନ କମିଲା କ୍ବାରେଣ୍ଟିନ ଅବଧି
ବିଦେଶ ଫେରନ୍ତା ଭାରତୀୟଙ୍କ ପାଇଁ 7 ଦିନ କମିଲା କ୍ବାରେଣ୍ଟିନ ଅବଧି

By

Published : May 27, 2020, 10:35 AM IST

Updated : May 27, 2020, 10:40 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ କୋରୋନା କହରରେ ଛଟପଟ ହେଉଛି। ବିଶ୍ବରେ ଏଯାବତ୍ ମହାମାରୀ କୋରୋନାରେ 50 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଏହାରି ଭିତରେ କୋରୋନାକୁ ଦୃଢ ଭାବରେ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶ ଅନେକ ଠୋସ ଏବଂ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି।

ଲକଡାଉନ ଠୁ ଆରମ୍ଭ କରି କ୍ବାରେଣ୍ଟିନ, କଣ୍ଟେନମେଣ୍ଟ ଓ ବଫର ଜୋନ ଏଭଳି ଅନେକ ଗାଇଡ୍ ଲାଇନର ସହାୟତା ନେଇ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଛନ୍ତି। ଏହାସହ ଯାତ୍ରୀଙ୍କ ଗମାନଗମନ ନେଇ ବିଶେଷ ଧ୍ୟାନ ଦିଆଯିବା ସହ ଅନେକ କଟରଣା ଜାରି କରାଯାଇଛି।

ଏହା ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି କି ଭାରତକୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ 14 ଦିନିଆ ହୋଟେଲ କ୍ବାରେଣ୍ଟିନକୁ 7 ଦିନକୁ ହ୍ରାସ କରାଯାଇଛି। କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଜରିଆରେ ବିଦେଶରେ ଫସିଥିବା ଅନେକ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି ଏବଂ ସେମାନଙ୍କୁ କ୍ବରେଣ୍ଟିନରେ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଏପଟେ ଦେଶରେ ମଧ୍ୟ ଗତ 25 ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏବଂ ଆସନ୍ତା ମାସ ପହିଲାରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ହେବ। ତେବେ ବିଦେଶ ଯାତ୍ରୀଙ୍କ କ୍ବାରେଣ୍ଟିନ ସୁବିଧା ହ୍ରାସ ନେଇ ଆଗକୁ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯିବ ତାକୁ ଅପେକ୍ଷା।

Last Updated : May 27, 2020, 10:40 AM IST

ABOUT THE AUTHOR

...view details