ଓଡିଶା

odisha

ETV Bharat / bharat

ଦିଲ୍ଲୀରେ 1707 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - କୋଭିଡ 19

ନିଜାମୁଦ୍ଦିନ ମର୍କାଜ ଯୋଗୁଁ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଅଧିକ ବଢିଛି । ଏଯାବତ୍‌ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧାରୁ ଅଧିକ ଆକ୍ରାନ୍ତ ତବଲିଗୀ ସମାବେଶରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ଦିଲ୍ଲୀରେ 1707 ଛୁଇଁଲା କୋରୋନା ଆକ୍ରାନ୍ତ
ଦିଲ୍ଲୀରେ 1707 ଛୁଇଁଲା କୋରୋନା ଆକ୍ରାନ୍ତ

By

Published : Apr 17, 2020, 10:46 PM IST

ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ପଜିଟିଭ ମାମଲା ଧିରେ ଧିରେ 2000 ଅଭିମୁଖେ ଅଗ୍ରସର ହେଉଛି । ମହାରାଷ୍ଟ୍ର ପରେ ଏଠାରେ ଦ୍ବିତୀୟ ସର୍ବାଧିକ କୋରୋନା ମାମଲା ବାହାରିଛି । ଏବେ ଯାଏଁ ଦିଲ୍ଲୀରେ ମୋଟ 1707 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାର ସୂଚନା ଦେଇଛନ୍ତି ।

ନିଜାମୁଦ୍ଦିନ ମର୍କାଜ ଯୋଗୁଁ ଏଠାରେ କୋରୋନା ମାମଲା ଅଧିକ ବଢିଛି । ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଆକ୍ରାନ୍ତ ତବଲିଗୀ ସମାବେଶରେ ଯୋଗ ଦେଇଥିଲେ । ଦିଲ୍ଲୀ ସରକାରଙ୍କ ସୂଚନାନୁସାରେ ଶୁକ୍ରବାର 67ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏବେ ଯାଏଁ 38 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି । ସେହିପରି 51 ଜଣ ସୁସ୍ଥ ହୋଇଛନ୍ତି । ଏହାସହ ତବଲିଗୀରେ କେତେକ ରୋହିଙ୍ଗ୍ୟା ଯୋଗ ଦେଇଥିବା ଖବର ମିଳିବା ପରେ ସରକାର ଏମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details