ହାଇଦ୍ରାବାଦ: କୋରୋନାକୁ ନେଇ ସ୍ଥିତି ବିଗୁଡି ଥିବା ବେଳେ ଏବେ ପ୍ରଶାସନ ତରଫରୁ ସ୍କୁଲ, କଲେଜ, ଜିମ୍ ସେଣ୍ଟର, ବାର ଆଦି ବନ୍ଦ କରି ଦିଆଯାଉଛି । ତେବେ ମାର୍ଚ୍ଚ 31 ପର୍ଯ୍ୟନ୍ତ ତେଲେଙ୍ଗାନା ସରକାରଙ୍କ ବନ୍ଦ ଆଦେଶକୁ ଉଲ୍ଲଂଘନ କରିଥିବାରୁ 66ଟି କୋଚିଂ ସେଣ୍ଟର, ସ୍କୁଲ, ଜିମ୍, ଏବଂ ବାର୍ ସିଲ୍ କରାଯାଇଛି।
ଆଦେଶ ଉଲ୍ଲଂଘନ କରିବାରୁ 66ଟି ସ୍କୁଲ,ଜିମ ଓ ବାର ସିଲ୍ - sealed by telengana government
କୋରୋନାକୁ ନେଇ କଠୋର ତେଲେଙ୍ଗାନା ପ୍ରଶାସନ । କୋରୋନା ଭାଇରସର ବିସ୍ତାରକୁ ଆଖି ଆଗରେ ରଖି ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ, ଜିମ, ସୁଇମିଂ ପୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସରକାରଙ୍କ ନିର୍ଦ୍ଦେଶ ପରେ ବି ବନ୍ଦ କରିନଥିବା 66ଟି ସ୍କୁଲ, ଜିମ ଓ ବାରକୁ ସିଲ କରିଛନ୍ତି ସ୍ପେଶାଲ ସ୍କ୍ବାର୍ଡ । ଅଧିର ପଢନ୍ତୁ...
ଆଦେଶକୁ ଉଲ୍ଲଂଘନ କରିବାରୁ 66 ଟି କୋଠରୀକୁ ସିଲ୍ କଲା ତେଲେଙ୍ଗାନା ପ୍ରଶାସନ
ଦୈନିକ ଯାଞ୍ଚ ପାଇଁ 18 ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି କହିଛନ୍ତି ଗ୍ରେଟର ହାଇଦ୍ରାବାଦର ମେୟର ବୋନଥୁ ରାମମୋହନ । ତେବେ କୋରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଥର୍ମାଲ ସ୍କ୍ରିନିଂ ଉପକରଣ ବ୍ୟବହାର କରି ପରିଦର୍ଶକଙ୍କୁ ସ୍କ୍ରିନ କରିବା ଏବଂ ପରିସରକୁ ପରିଷ୍କାର କରିବା ପାଇଁ ମଲ୍, ହାଇପର ମାର୍କେଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ବଜାରକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି ।
@ ANI