ଆବୁଜା: ସାମଜରେ ଆତଙ୍କରାଜ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ପ୍ରତିଦିନ କେଉଁଠିନା କେଉଁଠି କିଏ ହତ୍ୟାର ଶିକାର ହେଉଛି । ସେହିଭଳି ଏକ କରାଳ ଦୃଶ୍ୟ ପୂର୍ବ ନାଇଜେରିଆରେ ଦେଖିବାକୁ ମିଳିଛି । ଗତ ଶନିବାର ସ୍ଥାନୀୟ ଆତଙ୍କବାଦୀ ସଂଗଠନ ବୋକ ହରାମ ପୂର୍ବ ନାଇଜେରିଆରେ 65 ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଥିବାବେଳେ ଏଥିରେ 10 ଜଣ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ସରକାର ଚେୟାରମ୍ୟାନ ମହମ୍ମଦ ବୁଲାମା ଅଲଜଜିରାକୁ ସୂଚନା ଦେଇଛି ।
ନାଇଜେରିଆରେ ଗୁଳିକାଣ୍ଡ: 65 ମୃତ, 10 ଗୁରୁତର - boko haram
ଗତ ଶନିବାର ସ୍ଥାନୀୟ ଆତଙ୍କବାଦୀ ସଂଗଠନ ବୋକ ହାରାମ ପୂର୍ବ ନାଇଜେରିଆରେ 65 ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଏଥିରେ 10 ଜଣ ଗୁରୁତର ହୋଇଥିବା ଜଣାପଡିଛି ।
![ନାଇଜେରିଆରେ ଗୁଳିକାଣ୍ଡ: 65 ମୃତ, 10 ଗୁରୁତର](https://etvbharatimages.akamaized.net/etvbharat/prod-images/768-512-3977860-thumbnail-3x2-screenshot-2937jpeg.jpg)
ଫାଇଲ ଫଟୋ
ମହମ୍ମଦ ବୁଲାମା ରିପୋର୍ଟ ଅନୁଯାୟୀ, ଗତ ଦୁଇ ସପ୍ତାହ ତଳେ ବୋକ ହରାମର 11 ଜଣ ଆତଙ୍କବାଦୀ ସ୍ଥାନୀୟ ଗ୍ରାମରେ ଲୁଚି ରହିଥିଲା । ଏହି ସମୟରେ ସେମାନେ ଗତ ଶନିବାର ଘଟାଇଥିବା ହତ୍ୟାକାଣ୍ଡର ଯୋଜନା କରିଥିଲେ ।
ତେବେ ଏହି ଘଟଣାକୁ ନେଇ ନାଇଜେରିଆ ରାଷ୍ଟ୍ରପତି ମୁହମ୍ମୁଦ ବୁହାରୀ କଡା ନିନ୍ଦା କରିଥିବାବେଳେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବାୟୁ ସେନା ଏବଂ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।