ନୂଆଦିଲ୍ଲୀ: ଦେଶରେ ସୁଧୁରୁଛି କୋରୋନା ସ୍ଥିତି। ଗତ କିଛି ମାସ ଧରି ଅହେତୁକ ଭାବେ ବୃଦ୍ଧି ପାଇଥିବା କୋରୋନା ସଂକ୍ରମଣ ସଂଖ୍ୟା ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ପ୍ରତ୍ୟେକ ଦିନ 90 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ ହେଉଥିବାବେଳେ, ଏବେ ପାଖାପାଖି 70 ହଜାର ରହୁଛି।
ଦେଶରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 61,267 ଆକ୍ରାନ୍ତ ଚିହ୍ନଟ - india covid news
ଅନେକ ଦିନ ପରେ କୋରୋନା ସଂକ୍ରମଣରେ ଅହେତୁକ ହ୍ରାସ ପାଇଛି। ଗୋଟିଏ ଦିନରେ ରିପୋର୍ଟ ହୋଇଛି 61,267 ନୂଆ ସଂକ୍ରମଣ । ଅଧିକ ପଢନ୍ତୁ...
![ଦେଶରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 61,267 ଆକ୍ରାନ୍ତ ଚିହ୍ନଟ ଦେଶରେ ଅକ୍ଟୋବର 5 ସୁଦ୍ଧା 66,85,83 ଛୁଇଁଲା କୋରୋନା ସଂକ୍ରମଣ ସଂଖ୍ୟା](https://etvbharatimages.akamaized.net/etvbharat/prod-images/768-512-9066291-1044-9066291-1601959340269.jpg)
ଦେଶରେ ଅକ୍ଟୋବର 5 ସୁଦ୍ଧା 66,85,83 ଛୁଇଁଲା କୋରୋନା ସଂକ୍ରମଣ ସଂଖ୍ୟା
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 61 ହଜାର 267ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, ଏଥିରେ 884 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଦେଶରେ 66 ଲକ୍ଷ 85 ହଜାର 83ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।
ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 56 ଲକ୍ଷ 62 ହଜାର 491 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ଏଥିରେ 1 ଲକ୍ଷ 3 ହଜାର 569 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏବେ 9 ଲକ୍ଷ 19 ହଜାର 23 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।
Last Updated : Oct 6, 2020, 10:34 AM IST