ଓଡିଶା

odisha

ETV Bharat / bharat

ନଷ୍ଟ ହେଲା 600 କିଲୋର ରସଗୋଲା, ଜାଣନ୍ତୁ କାରଣ - 1 lakh 20 thousand rasgolla destroyed in noida sector-80

ସାଧାରଣତଃ ପର୍ବପର୍ବାଣୀରେ ମିଠା ତିଆରି କରୁଥିଲେ ସାମାନ୍ୟ ସାବଧାନତା ରଖିବାକୁ ପଡିଥାଏ । ତେବେ ଏହାକୁ ନଜରରେ ରଖି ଦିଲ୍ଲୀର ଗୌତମପୁରର ଡିଏମ ବି.ଏନ ଶର୍ମାଙ୍କ ନିର୍ଦ୍ଦେଶରେ ନଏଡା ସେକ୍ଟର-80ର ମାୟା ସ୍ବିଟ୍ କାରଖାନାରେ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ଚଢାଉ କରିଥିଲେ। ଯେଉଁଠି ସେମାନେ 600 କିଲୋଗ୍ରାମ ରସଗୋଲାକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନଷ୍ଟ ହୋଇଥିବା ରସଗୋଲାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ବୋଲି ଜଣାପଡିଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 25, 2019, 3:21 PM IST

ନୂଆଦିଲ୍ଲୀ: ପୂଜା ପର୍ବାଣୀ ସମୟରେ ଘର ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନରେ ଭିନ୍ନ ଭିନ୍ନ ପ୍ରକାର ମିଠା ତିଆରି ହୁଏ । ତେବେ ଆଗକୁ ଦୀପାବଳୀ ପର୍ବ ରହିଛି । ଏନେଇ ମିଠା ଦୋକାନରେ ରସଗୋଲା ତିଆରି ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ସାବଧାନ । ଏହି ରସଗୋଲା ଆପଣଙ୍କ ଜୀବନ ମଧ୍ୟ ନେଇପାରେ।

ସାଧାରଣତଃ ପର୍ବପର୍ବାଣୀରେ ମିଠା ତିଆରି କରୁଥିଲେ ସାମାନ୍ୟ ସାବଧାନତା ରଖିବାକୁ ପଡିଥାଏ । ତେବେ ଏହାକୁ ନଜରରେ ରଖି ଦିଲ୍ଲୀର ଗୌତମପୁରର ଡିଏମ ବି.ଏନ ଶର୍ମାଙ୍କ ନିର୍ଦ୍ଦେଶରେ ନୋଏଡା ସେକ୍ଟର-80ର ମାୟା ସ୍ବିଟ୍ କାରଖାନାରେ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ଚଢାଉ କରିଥିଲେ । ଯେଉଁଠି ସେମାନେ 600 କିଲୋଗ୍ରାମ ରସଗୋଲାକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନଷ୍ଟ ହୋଇଥିବା ରସଗୋଲାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏଥିସହ ମିଠାର ଏକ ନମୂନା ଯାଞ୍ଚ ପାଇଁ ଲକ୍ଷ୍ନୌ ପଠାଯାଇଥିବା ବେଳେ ବିନା ଲାଇସେନ୍ସରେ କାରଖାନାଟି ପରିଚାଳିତ ହେଉଥିବାରୁ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ କାରଖାନାଟିକୁ ବନ୍ଦ କରିଦେଇଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details