ନୂଆଦିଲ୍ଲୀ: କୋଭିଡ୍-19 ମୁକାବିଲା ନିମନ୍ତେ 60 ବର୍ଷ ବୟସ୍କା ଵୃଦ୍ଧା ତାଙ୍କର ସମସ୍ତ ସଞ୍ଚୟକୁ ପିଏମ୍ କେୟାର୍ସ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏ ବାଵଦରେ ସେ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଏହି ୬୦ ବର୍ଷ ବୟସ୍କା ମହିଳା ତାଙ୍କ ଜୀବନ ସଞ୍ଚୟକୁ ୧୦ ଲକ୍ଷ ଟଙ୍କା ନବନିର୍ମିତ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରିଲିଫ୍ (PM- CARES) ପାଣ୍ଠିରେ ଦାନ କରିଛନ୍ତି।
ଚାମୋଲିର ଗୱୁଚରର ବାସିନ୍ଦା ଦେବକୀ ଭଣ୍ଡାରୀ, ଗଣମାଧ୍ୟମକୁ କହିଛନ୍ତି ଯେ ସେ ପିଲାମାନଙ୍କୁ ସ୍ନେହ କରନ୍ତି ଏବଂ ସରଳ ଜୀବନଯାପନ କରନ୍ତି ତେଣୁ ସେ ଚାହୁଁଥିଲେ ଯେ ତାଙ୍କ ସଂଚୟ ମହାମାରୀ ଦ୍ୱାରା ଆକ୍ରାନ୍ତ ଲୋକଙ୍କୁ ଆରାମ ପ୍ରଦାନ କରିବା ନିମନ୍ତେ ଦିଆଯାଉ।