ଡେରାଡୁନ: କେଦାରନାଥର ପ୍ରଳୟଙ୍କାରୀ ବନ୍ୟା ଓ ଭୁସ୍ଖଳନକୁ ଆଜି 6 ବର୍ଷ ପୁରିଛି । ହେଲେ ମନରୁ ଲିଭିନାହିଁ ସେହି କାଳ ରାତିରେ ପ୍ରକୃତିର କରାଳ ରୂପ । ୨୦୧୩ରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡକୁ ଛାରଖାର କରି ଦେଇଥିଲା । ନିମିଶକେ ମାତ୍ରେ ଦେବ ଭୂମି ପାଲଟିଯାଇଥିଲା ଶ୍ମଶାନ ଭୂମି ।
2013 ମସିହା ଜୁନ 16 ତାରିଖ ରାତିରେ କେଦାରନାଥ, ଗୌରୀକୁଣ୍ଡ ସମେତ ଅନେକ ଅଞ୍ଚଳରେ ଉପସ୍ଥିତ ହାଜାର ହାଜାର ଶ୍ରଦ୍ଧାଳୁଙ୍କ ଜୀବନ ଭାସି ଯାଇଥିଲା ସେହି ବନ୍ୟା ଜଳରେ । ଏବେବି ଅନେକ ମୃତ ଦେହ ପାହାଡର ବରଫ ତଳେ ଦବି ରହିଥିବା ଅନୁମାନ କରାଯାଏ ।
ପ୍ରାକୃତିକ ବିପର୍ଯ୍ୟୟ ପରେ ଉଦ୍ଧାର କାର୍ଯ୍ୟ ପାଇଁ ସେତେବେଳର ହରିଶ ରାଓ୍ବତ ସରକାରଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା । ବନ୍ୟାରେ ସାରା ଦେଶରୁ 3886 ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ନରକଙ୍କାଳ ମିଳିବା ଜାରି ରହିଛି । 6 ବର୍ଷ ମଧ୍ୟରେ ମୋଟ 699 ନରକଙ୍କାଳ ମିଳି ସାରିଲାଣି ।