ଓଡିଶା

odisha

ETV Bharat / bharat

ଆସାମରେ ଆତଙ୍କବାଦୀ ଆକ୍ରମଣ, 6 ଆହତ - gouhati

ଆସାମ ରାଜଧାନୀ ଗୌହାଟୀରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କୀଙ୍କ ଗ୍ରେନେଡ ମାଡ ଯୋଗୁଁ 6 ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

ଫାଇଲ ଫଟୋ

By

Published : May 15, 2019, 9:22 PM IST

ଗୌହାଟୀ: ଆସାମର ଗୌହାଟୀରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଗୌହାଟୀର ଜୁ ରୋଡ ନିକଟସ୍ଥ ସେଣ୍ଟ୍ରାଲ ମଲ ନିକଟରେ ହୋଇଛି ଏହି ଆକ୍ରମଣ । ଏଥିରେ 6 ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ସନ୍ଧ୍ୟା ପ୍ରାୟ 7 ଟା ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଆସାମ

ଆହତଙ୍କୁ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଆକ୍ରମଣ ପାଇଁ ୟୁନାଇଟେଡ ଲିବେରେଶନ ଫ୍ରଣ୍ଟ ଅଫ ଆସାମ(ଉଲଫା)ର କମାଣ୍ଡର ନିଜକୁ ଦାୟୀ କରିଛି ।

For All Latest Updates

ABOUT THE AUTHOR

...view details