ଗୌହାଟି: ଆସାମର ଗୋଲପାଡା ଜିଲ୍ଲା କୁଥାକୁଥୀ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ ଭାରସାମ୍ୟ ହରାଇ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟକୁ ପିଟିଛି । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ସେଥିମଧ୍ୟରୁ 4 ଜଣ ଗମ୍ଭୀର ଭାବେ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଗୋଲପାଡ଼ା ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: 6 ମୃତ, 4 ଗୁରୁତର - ଆସାମ ବସ ଦୁର୍ଘଟଣାରେ 6 ମୃତ
ଆସାମର ଗୋଲପାଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବସ । ଘଟଣାସ୍ଥଳରେ 6 ମୃତ ଓ 4 ଗୁରୁତର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ସୂଚନା ଅନୁସାରେ ଏହି ବସଟି ଧୁବୁରୀରୁ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା । ଯାତ୍ରା ସମୟରେ ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖମ୍ବକୁ ନେଇ ପିଟିଲା । ଫଳରେ ବସଟି ରାସ୍ତା କଡ଼ରେ ଓଲଟିଗଲା । ସେପଟେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ