ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ବୁଧବାର ରାଜ୍ୟରେ ଆଉ ନୂଆ 6ଟି ମାମଲା ସାମନାକୁ ଆସିଛି । ଫଳରେ ଏବେ ସୁଦ୍ଧା ଆକ୍ଟିଭ କେସ 514ରେ ପହଞ୍ଚିଛି ।
ବିଭିନ୍ନ ହସ୍ପିଟାଲରେ ଏମାନଙ୍କ ଚିକିତ୍ସା ଚାଲିଛି । ତେବେ ତେଲେଙ୍ଗାନାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 647 ଛୁଇଁଛି । ଏମାନଙ୍କ ମଧ୍ୟରୁ 120 ଜଣ ସୁସ୍ଥ ହୋଇଥିବା ବେଳେ 18 ଜଣଙ୍କ ମୃତ୍ୟୁ ହୋଇଛି ।