ରାୟପୁର: ନକ୍ସଲ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ନକ୍ସଲ ସଂଗଠନରେ ବିଭାଜନ ଏବଂ ଛତିଶଗଡରେ ପାରସ୍ପରିକ ବିବାଦ ପରେ ନକ୍ସଲମାନେ ପରସ୍ପରକୁ ହତ୍ୟା କରୁଛନ୍ତି। 30 ଦିନ ମଧ୍ୟରେ ସଂଗଠନରେ ହୋଇଥିବା ଏହି ଅଶାନ୍ତିରେ 6 ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏହି 6 ଜଣ ନକ୍ସଲଙ୍କ ମଧ୍ୟରେ ପୋଡିୟମ୍ ବିଜୟ ନାମକ ଏକ ନକ୍ସଲାଇଟ୍ ମଧ୍ୟ ସାମିଲ ଥିଲା ।
ଏହାଛଡା ନିରୀହ ଗ୍ରାମବାସୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଏହି ନକ୍ସଲମାନେ ଟାର୍ଗେଟ କରୁଛନ୍ତି। ଗତ 60 ଦିନ ମଧ୍ୟରେ 10 ରୁ ଅଧିକ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏହି ତାଲିକାରେ ବନ ବିଭାଗର ଅଧିକାରୀ ଏବଂ ସରପଞ୍ଚଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଛତିଶଗଡ ରାଜ୍ୟପାଳ ଅନୁସ୍ବୟା ଉଇକେ ମଧ୍ୟ ଗୃହମନ୍ତ୍ରୀ ତାମ୍ରଦ୍ୱାଜ ସାହୁଙ୍କୁ ଲେଖିଥିବା ଚିଠି ମାଧ୍ୟମରେ ଏହି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।