ଓଡିଶା

odisha

ETV Bharat / bharat

ୟୁପିରେ ପ୍ରକୃତିର ତାଣ୍ଡବ, ଭାଙ୍ଗିଲା ତାଜମହଲ - ଭାଙ୍ଗିଲା ତାଜମହଲ ରେଲିଂ

ପ୍ରକୃତିର ବିଧ୍ବଂସ ଲୀଳା । ଘୂର୍ଣ୍ଣିଝଡ ଓ ତୁଷାରପାତରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ 20 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

ୟୁପିରେ ପ୍ରକୃତିର ତାଣ୍ଡବ: ଭାଙ୍ଗିଲା ତାଜମହଲ ରେଲିଂ, ଘୂର୍ଣ୍ଣିଝଡରେ 6 ମୃତ
ୟୁପିରେ ପ୍ରକୃତିର ତାଣ୍ଡବ: ଭାଙ୍ଗିଲା ତାଜମହଲ ରେଲିଂ, ଘୂର୍ଣ୍ଣିଝଡରେ 6 ମୃତ

By

Published : May 31, 2020, 10:09 AM IST

Updated : May 31, 2020, 11:27 AM IST

ଲକ୍ଷ୍ନୌ: ଆଗ୍ରାରେ ଘୁର୍ଣ୍ଣଝଡର ବିଧ୍ବଂଶ ଲୀଳା । 127 କିମି ବେଗରେ ପବନ ବୋହିଥିବା ବେଳେ ତାଜମହଲର ମାର୍ବଲ ରେଲିଂ ଭାଙ୍ଗିଥିବା ଜଣାପଡିଛି । ସହରରେ ବିଭିନ୍ନ ସ୍ଥାନରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ୟୁପିରେ ପ୍ରକୃତିର ତାଣ୍ଡବ, ଭାଙ୍ଗିଲା ତାଜମହଲ

ଘୂର୍ଣ୍ଣିବଳୟରେ ପ୍ରାଣହରାଇଥିବା ପରିବାରକୁ ସରକାର 4 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ତେବେ କନ୍ନୌଜ ଜିଲ୍ଲାରେ ସବୁଠାର ଅଧିକ ପ୍ରଭାବିତ ହୋଇଛି ତିର୍ଭା । ଏଥିରେ ବଡବଡ ଗଛ, ବିଦ୍ୟୁତ ଖୁଣ୍ଟ, କୁକୁଡା ଫାର୍ମ, ଦୁଗ୍ଧ ଫାର୍ମ ଓ ଗ୍ୟାସ ଏଜେନ୍ସି ଆଦି ଭୁଶୁଡି ପଡିଛି । 12 ରୁ ଅଧିକ ଗାଁରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଡେପୁଟି କଲେକ୍ଟର ଏହି ଗ୍ରାମଗୁଡିକରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ପ୍ରଥମ ଥର ପାଇଁ ଏଭଳି ଝଡ ତୋଫାନ ଦେଖିବାକୁ ମିଳିଛି ।

ଅଲଗା ଅଲଗା ସ୍ଥାନରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ଏପରିକି ଏହି ଝଡ ତୋଫାନରେ ଅନେକ ପଶୁପକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । କ୍ଷୟକ୍ଷତିର ଆକଳନ କରାଯାଉଛି ।

Last Updated : May 31, 2020, 11:27 AM IST

ABOUT THE AUTHOR

...view details