ରାଞ୍ଚି: ଝାଡଖଣ୍ଡ ଗଢବା-ରଙ୍କା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 100 ଫୁଟ ତଳକୁ ଖସିଲା ବସ । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 40 ଜଣ ଆହତ ହୋଇଛନ୍ତି ସେପଟେ ଗୁରୁତରଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
100 ଫୁଟ ତଳକୁ ଖସିଲା ବସ: 6 ମୃତ, 40 ଆହତ - Jharkhand
ଝାଡଖଣ୍ଡ ଗଢବା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ବସ ନିୟନ୍ତ୍ରଣ ହରାଇ 100 ଫୁଟ ତଳକୁ ଖସିଛି । ଘଟଣାରେ 6 ମୃତ ଓ 40 ଆହତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ସୂଚନାମୁତାବକ, ପପୁଲାର ନାମକ ଏକ ବସ ଛତିଶଗଡ଼ର ଅମ୍ବିକାପୁରରୁ ଡାଲଟନଗଞ୍ଜ ଯାଉଥିଲା । ତେବେ ଗାଡିଟି ଦ୍ରୁତ ଗତିରେ ଯାଉଥିବାରୁ ହଠାତ ନିୟନ୍ତ୍ରଣ ହରାଇ ଅନରାଜ ଘାଟିକୁ ଖସିପଡିଥିଲା । ଦୁର୍ଘଟଣାରେ 7 ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି ।