ଓଡିଶା

odisha

By

Published : Dec 10, 2019, 3:57 PM IST

ETV Bharat / bharat

ଟ୍ରକକୁ ପଛପଟୁ ପିଟିଲା କାର, 6 ମୃତ

ମଧ୍ୟପ୍ରଦେଶ ଜାତୀୟ ରାଜପଥ 146 ରେ ପୁଣିଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

6 DIED IN A ACCIDENT
ଟ୍ରକକୁ ପଛପଟୁ ପିଟିଲା କାର, 6 ମୃତ

ଭୋପାଳ: ମଧ୍ୟପ୍ରଦେଶ ଜାତୀୟ ରାଜପଥ 146 ରେ ପୁଣିଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୋମବାର ବିଳମ୍ବିତ ରାତିରେ ଗ୍ୟାରସପୁର ଜାତୀୟ ରାଜପଥ 146ରେ ଏହି ଦୁର୍ଘଟଣା ଘଟିଛି । ଟ୍ରକକୁ ପଛପଟୁ ପିଟିଲା କାର । କାରରେ ସମସ୍ତେ ପରିବାର ସଦସ୍ୟ ଥିବା ସୂଚନା ରହିଛି ।


ସୂଚନା ଅନୁସାରେ ଏହି କାରଟି ଭୋପାଳରୁ ସାଗର ସହରକୁ ଯାଉଥିଲା । ତେବେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଦୁର୍ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିଛି ।

ABOUT THE AUTHOR

...view details