ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 15 ସୁଦ୍ଧା ଦେଶରେ ସରିଛି 5,94,29,115 କୋରୋନା ସାମ୍ପଲ ଟେଷ୍ଟ

କୋରୋନା ସଂକ୍ରମଣକୁ ନଜରରେ ରଖି ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଲକ୍ଷାଧିକ କୋରୋନା ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

By

Published : Sep 16, 2020, 3:51 PM IST

ସେପ୍ଟେମ୍ବର 15 ସୁଦ୍ଧା ଦେଶରେ ସରିଛି 5,94,29,115 କୋରୋନା ସାମ୍ପଲ ଟେଷ୍ଟ
ସେପ୍ଟେମ୍ବର 15 ସୁଦ୍ଧା ଦେଶରେ ସରିଛି 5,94,29,115 କୋରୋନା ସାମ୍ପଲ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଅହେତୁକ ଭାବରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଯାହାକୁ ନେଇ ବର୍ତ୍ତମାନ ସମୟରେ 50 ଲକ୍ଷ ପାର କରିଛି ଏହି ସଂଖ୍ୟା । ଏହି ଭାଇରସ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଛି । ଅନ୍ୟପଟେ ଏହି ସଂଖ୍ୟାରେ ହ୍ରାସ କରାଇବାକୁ ଆଇସିଏମଆର ପକ୍ଷରୁ ପ୍ରତ୍ୟେକ ଦିନ ନିରନ୍ତର କୋରୋନା ଟେଷ୍ଟ କରାଯାଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ସେପ୍ଟେମ୍ବର 15 ତାରିଖରେ 11 ଲକ୍ଷ 16 ହଜାର 842 କୋରୋନା ଟେଷ୍ଟ ସରିଛି । ଯାହାକୁ ମିଶାଇ ବର୍ତ୍ତମାନ 5 କୋଟି 94 ଲକ୍ଷ 29 ହଜାର 115ଟି କୋରୋନା ଟେଷ୍ଟ ସରିଛି ।

50 ଲକ୍ଷ 20 ହଜାର 360 ଛୁଇଁଛି ପଜିଟିଭ ସଂଖ୍ୟା । ଏଥିରେ ବର୍ତ୍ତମାନ ସୁଦ୍ଧା 82 ହଜାର 66 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 95 ହଜାର 933 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details