ମୁମ୍ବାଇ: ମୁମ୍ବାଇର ଜଣେ 57 ବର୍ଷୀୟ ପୋଲିସ କନେଷ୍ଟବଳ କୋରୋନାରେ ପ୍ରାଣ ହରାଇଥିବା ଜଣାପଡିଛି । ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣ ହେତୁ ପୋଲିସ୍ କର୍ମୀଙ୍କ ମୃତ୍ୟୁର ଏ ହେଉଛି ପ୍ରଥମ ଘଟଣା । 15 ଜଣ ଅଧିକାରୀଙ୍କ ସମେତ ମୋଟ 96 ପୋଲିସ କର୍ମଚାରୀ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଅଧିକାରୀମାନେ ଦିନକ ପୂର୍ବରୁ କହିଥିଲେ।
କୋରୋନାରେ ମୁମ୍ବାଇରେ ପ୍ରଥମ ପୋଲିସ ଅଧିକାରୀ ମୃତ
ମହାରାଷ୍ଟ୍ରରେ କୋରୋନାଭାଇରସ ଯୋଗୁଁ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି ।
କୋରୋନାରେ ମୁମ୍ବାଇରେ ପ୍ରଥମ ପୋଲିସ ଅଧିକାରୀ ମୃତ
ତେବେ ମୃତ କନଷ୍ଟେବଳ ଜଣଙ୍କ ପଶ୍ଚିମ ଉପକଣ୍ଠରେ ଥିବା ଏକ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ସେ ଦକ୍ଷିଣ ମୁମ୍ବାଇ ୱର୍ଲିନାକା ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଏବେ ସୁଦ୍ଧା 7628 ଜଣ ଆକ୍ରାନ୍ତ ହୋଇଥିବାବେଳେ 323 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
TAGGED:
covid-19