ଓଡିଶା

odisha

ETV Bharat / bharat

ଏୟାରଲାଇନ୍ସ ସେବାରୁ 57 ପାଇଲଟଙ୍କ ଇସ୍ତଫା - 57 pilots had resigned

ଆର୍ଥିକ ପ୍ରତିବନ୍ଧକ ଦର୍ଶାଇ ଏୟାରଲାଇନ୍ସ ସେବାରୁ 57 ଜଣ ପାଇଲଟ୍ ଇସ୍ତଫା ଦେଇଛନ୍ତି । ଆଉ ପାଇଲଟଙ୍କ ଇସ୍ତଫା ଗ୍ରହଣ କରିଛି ଏୟାର ଇଣ୍ଡିଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏୟାରଲାଇନ୍ସ ସେବାରୁ 57 ଜଣ ପାଇଲଟଙ୍କ ଇସ୍ତଫା
ଏୟାରଲାଇନ୍ସ ସେବାରୁ 57 ଜଣ ପାଇଲଟଙ୍କ ଇସ୍ତଫା

By

Published : Aug 16, 2020, 10:02 PM IST

ନୂଆଦିଲ୍ଲୀ: ଆର୍ଥିକ ପ୍ରତିବନ୍ଧକ ଦର୍ଶାଇ ଏୟାରଲାଇନ୍ସ ସେବାରୁ 57 ଜଣ ପାଇଲଟ୍ ଇସ୍ତଫା ଦେଇଛନ୍ତି । ଆଉ ପାଇଲଟଙ୍କ ଇସ୍ତଫା ଗ୍ରହଣ କରିଛି ଏୟାର ଇଣ୍ଡିଆ । ପାଇଲଟଙ୍କ ଇସ୍ତଫା ଗ୍ରହଣ ପ୍ରସଙ୍ଗରେ ଏୟାର ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଛି ।

ଏୟାର ଇଣ୍ଡିଆ କହିଛି ଯେ ସବୁଜ ଏହି ପାଇଲଟମାନେ ଆର୍ଥିକ ପ୍ରତିବନ୍ଧକ ଦର୍ଶାଇ ଏୟାର ଇଣ୍ଡିଆର ସେବାରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ପାଇଲଟମାନଙ୍କର ମଧ୍ୟରୁ କେତେକ ସ୍ଥାୟୀ ଥିଲେ ଏବଂ କେତେକ ଚୁକ୍ତିଭିତ୍ତିକରେ ଅନ୍ତର୍ଭୁକ୍ତ ଥିଲେ । ଆଉ କିଛି ପାଇଲଟ୍ ଥିଲେ ସେମାନଙ୍କ ଇସ୍ତଫା ଦେବା ପରେ ମଧ୍ୟ ପ୍ରତ୍ୟାହାର କରି ନେଇଥିଲେ । ତେବେ ଏୟାର ଇଣ୍ଡିଆ ବର୍ତ୍ତମାନ ଏହି ପାଇଲଟଙ୍କ ସେବା ଆବଶ୍ୟକ କରୁନାହିଁ । ତେଣୁ ସେମାନଙ୍କ ଇସ୍ତଫା ଗ୍ରହଣ କରି ନେଇଛି ଏୟାର ଇଣ୍ଡିଆ ।

ଏତଦ୍‌ବ୍ୟତୀତ, ଏହି ପାଇଲଟମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ଇସ୍ତଫା ପ୍ରତ୍ୟାହାରକୁ ଗ୍ରହଣ କରିବା ପାଇଁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ମାଗିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ରିଟ୍ ପିଟିସନ୍‌ ଦାଖଲ କରିଛନ୍ତି । ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବନସଲଙ୍କୁ ଲେଖିଥିବା ଏକ ପତ୍ରରେ ଇଣ୍ଡିଆନ୍ କମର୍ସିଆଲ୍ ପାଇଲଟ୍ ଆସୋସିଏସନ୍ (ଆଇସିପିଏ) କହିଛି ଯେ କମ୍ପାନୀର ଅପରେସନ୍ ମାନୁଆଲ୍ ଏବଂ ସେବା ନିୟମକୁ ଉଲ୍ଲଂଘନ କରି ପ୍ରାୟ 50 ପାଇଲଟ୍ ପର୍ସନାଲ ବିଭାଗରୁ ବହିଷ୍କାର ପତ୍ର ଗ୍ରହଣ କରିଛନ୍ତି । ଯାହାକି ନିୟମ ବାହାରେ ।

ଏୟାର ଇଣ୍ଡିଆ ରାତାରାତି 50 ପାଇଲଟଙ୍କୁ ବହିଷ୍କାର କରିଛି । ପାଇଲଟ ଆସୋସିଏସନ ଏୟାରଲାଇନ୍ସ ଅଧ୍ୟକ୍ଷଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଛନ୍ତି । କୋରୋନା ସଙ୍କଟର ଏହି ଘଡିସନ୍ଧି ମୁହୂର୍ତ୍ତରେ କର୍ମଚାରୀଙ୍କ ପ୍ରତି ଏହା ଏକ ନିଷ୍ଠୁର ବ୍ୟବହାର ବୋଲି ସଂଗଠନ କହିଛି । ସୂଚନା ଥାଉକି ପାଇଲଟମାନେ ଅଭିଯୋଗ କରିଛନ୍ତି ଯେ କ୍ରୁଙ୍କୁ ଇସ୍ତଫା ଗ୍ରହଣ ବିଷୟରେ ଅବଗତ କରାଯାଇ ନଥିଲା । ତେବେ ଏସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପାଇଲଟମାନେ ନିଜର ଆର୍ଥିକ ପ୍ରତିବନ୍ଧକ ଦର୍ଶାଇ ଇସ୍ତଫା ଦେଇଛନ୍ତି ।

ABOUT THE AUTHOR

...view details