ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ସର୍ବାଧିକ 56 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ତେବେ ଆଜିର ଏହି ରିପୋର୍ଟରେ ଥିବା ସଂକ୍ରମଣ ସଂଖ୍ୟାକୁ ଦେଖିଲେ, ଦୈନିକ ରିପୋର୍ଟ ମୁତାବକ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଛି ଭାରତ ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ 24 ଘଣ୍ଚାରେ ଦେଶରେ 56 ହଜାର 282 କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 904 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 19 ଲକ୍ଷ 64 ହଜାର 537ରେ ପହଞ୍ଚିଛି । ସେହିପରି ଏଥିରେ 13 ଲକ୍ଷ 28 ହଜାର 337 ଜଣ ସୁସ୍ଥ ହୋଇଥିବାବେଳେ, 40 ହଜାର 699 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 95 ହଜାର 501ଜଣ ଚିକିତ୍ସାଧୀନ ଅଛନ୍ତି ।