ଓଡିଶା

odisha

By

Published : Oct 22, 2020, 10:16 AM IST

ETV Bharat / bharat

24 ଘଣ୍ଟାରେ 55838 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 702 ମୃତ

ଭାରତରେ ବେଲଗାମ କୋରୋନା ସଂକ୍ରମଣ । ଭୟଙ୍କର ଭାବେ ବ୍ୟାପୁଛି ସଂକ୍ରମଣ । ଅକ୍ଟୋବର 21 ସୁଦ୍ଧା 77 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

24 ଘଣ୍ଟାରେ 55,838 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଯାଇଛି 702 ଜୀବନ
24 ଘଣ୍ଟାରେ 55,838 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଯାଇଛି 702 ଜୀବନ

ନୂଆଦିଲ୍ଲୀ: ଦେଶରେ କୋରୋନା ବ୍ୟାପିବାର ଦୀର୍ଘ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହା କମିବାର ନାଁ ଧରୁନି। ପ୍ରତ୍ୟେକ ଦିନ 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ ଆସୁଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 77 ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ ଆଉ 55 ହଜାର 838ଟି ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଛି। ଏଥିରେ 702ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନୂଆ ସଂକ୍ରମଣ ରିପୋର୍ଟକୁ ମିଶାଇ 77 ଲକ୍ଷ 06 ହଜାର 946ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା ।

ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 68ଲକ୍ଷ 74 ହଜାର 518 ଜଣ ସୁସ୍ଥ ହୋଇଥିବାବେଳେ, 7 ଲକ୍ଷ 15 ହଜାର 812 ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 16 ହଜାର 616 ଜଣଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details