ଓଡିଶା

odisha

By

Published : May 8, 2020, 5:56 PM IST

ETV Bharat / bharat

ଲକଡାଉନ ମଧ୍ୟରେ 557 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ: ମହାରାଷ୍ଟ୍ର ଗୃହମନ୍ତ୍ରୀ

ଲକଡାଉନ ପରଠାରୁ 557 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

corona
ଲକଡାଉନ ମଧ୍ୟରେ 557 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ

ମୁମ୍ବାଇ: ଲକଡାଉନ ପରଠାରୁ 557 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

ସେ ଟ୍ବିଟ୍ କରି କହିଛନ୍ତି, ‘226236 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ଏବଂ 653 ଜଣ ଏହି କ୍ବାରେଣ୍ଟାଇନକୁ ଉଲ୍ଲଂଘନ କରିଛନ୍ତି । ଏଥିସହ ସେ କହିଛନ୍ତି ରାଜ୍ୟ ସରକାରଙ୍କ ଦ୍ବାରା 4729 ରିଲିଫ କ୍ୟାମ୍ପ ଚାଲିଛି । ଯେଉଁଠାରେ 428734 ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଦିଆଯାଇଛି।

ଏହାଛଡା ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି, ପୋଲିସ୍ ହେଲ୍ପଲାଇନ ନଂ 100ରେ କୋରୋନା କଲ୍ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି । ମୋଟ 86246 ଟି କଲ୍ ରିସିଭ କରାଯାଇଛି ।

ଏଥିସହ ଲକଡାଉନ ମଧ୍ୟରେ ଆଇପିସିର ଧାରା 188 ଅଧୀନରେ 98,774ଟି ମାମଲା ପଞ୍ଜୀକୃତ ହୋଇଛି । ମୋଟ 19,082 ଜଣ ଗିରଫ ହୋଇଥିବା ବେଳେ 54,148 ଗାଡି ଜବତ କରାଯାଇଛି । ଏହାଛଡା ନିୟମ ଉଲଙ୍ଘନ କାରୀଙ୍କଠାରୁ 3,66,31,794 ଟଙ୍କା ଜୋରିମାନା ଆଦାୟ କରାଯାଇଛି । 190 ପୋଲିସଙ୍କ ଉପରେ ଆକ୍ରମଣ କରି 686 ଜଣ ଗିରଫ ହୋଇଛନ୍ତି।

ପ୍ରକାଶ ଥାଉକି, ଗତ ଗୁରୁବାର ମହାରାଷ୍ଟ୍ରରେ 1362 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 18,120ରେ ପହଞ୍ଚିଛି ।

ABOUT THE AUTHOR

...view details