ଓଡିଶା

odisha

By

Published : Oct 13, 2020, 9:56 AM IST

ETV Bharat / bharat

24 ଘଣ୍ଟାରେ 55342 ନୂଆ କୋରୋନା ପଜିଟିଭ, 706 ମୃତ

ଅକ୍ଟୋବର 12 ତାରିଖରେ 55 ହଜାର 342ଟି ପଜିଟିଭ ରିପୋର୍ଟ ହୋଇଛି। ଯାହା ଅନ୍ୟ ଦିନ ତୁଳନାରେ ବହୁ ପରିମାଣରେ କମ ଅଟେ । ଅଧିକ ପଢନ୍ତୁ...

24 ଘଣ୍ଟାରେ 55,342 ନୂଆ କୋରୋନା ପଜିଟିଭ ରିପୋର୍ଟ, 706 ମୃତ
24 ଘଣ୍ଟାରେ 55,342 ନୂଆ କୋରୋନା ପଜିଟିଭ ରିପୋର୍ଟ, 706 ମୃତ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦେଶରେ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସବିଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 55 ହଜାର 342ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି। ସେହିପରି ଏଥିରେ 706 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ସେଥିମଧ୍ୟରୁ ଦେଶର ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋରୋନା ସଂକ୍ରମଣ, ମୃତ୍ୟୁହାର ଏବଂ ସୁସ୍ଥ ହାର ସର୍ବାଧିକ ପ୍ରତିଶତ ରହିଛି ।

ତେବେ ସୋମବାରର ସଂକ୍ରମଣ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 71 ଲକ୍ଷ 75 ହଜାର 881ରେ ପହଞ୍ଚିଛି । ଏଥିରେ ମୋଟ 1 ଲକ୍ଷ 09 ହଜାର 856 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏଥିରେ 62 ଲକ୍ଷ 27 ହଜାର 296 ଜଣ ସୁସ୍ଥ ହୋଇଥିବାବେଳେ, 8 ଲକ୍ଷ 38 ହଜାର 729 ଜଣ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ABOUT THE AUTHOR

...view details