ଓଡିଶା

odisha

ETV Bharat / bharat

ନୂଆ ରୂପରେ ସୁଲତାନପୁର ଲୋଧୀ ଷ୍ଟେସନ, ଦେଖନ୍ତୁ ଭିଡିଓ - ଶିଖ ଧର୍ମଗୁରୁ ଗୁରୁ ନାନକ ଦେବଜୀଙ୍କ 550 ଜମ ଜୟନ୍ତୀ ପର୍ବ

ଗୁରୁ ନାନକ ଦେବଜୀଙ୍କ 550 ତମ ଜୟନ୍ତୀ ପର୍ବ ନେଇ ସବୁଆଡେ ଉତ୍ସବ ମୁଖର । ଏନେଇ ପଞ୍ଜାବର ସବୁଠୁ ମହତ୍ତ୍ବପୂର୍ଣ୍ଣ ସୁଲତାନପୁର ଲୋଧୀ ଷ୍ଟେସନର ନବୀକରଣ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 11, 2019, 12:29 PM IST

ଚଣ୍ଡିଗଡ: ଶିଖ ଧର୍ମଗୁରୁ ଗୁରୁ ନାନକ ଦେବଜୀଙ୍କ 550 ଜମ ଜୟନ୍ତୀ ପର୍ବ । ଏହି ଅବସରରେ ଅତି ଧୁମଧାମରେ ଏହି ଉତ୍ସବ ପାଳନ କରାଯାଉଛି । ଏନେଇ ପଞ୍ଜାବର ସବୁଠୁ ମହତ୍ତ୍ବପୂର୍ଣ୍ଣ ସୁଲତାନପୁର ଲୋଧୀ ଷ୍ଟେସନର ନବୀକରଣ କରାଯାଇଛି । ଉତ୍ତର ରେଳ ଅଧୀନରେ ଥିବା ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା କରାଯାଇଛି । ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ରେଳ ଷ୍ଟେସନ ଗୁରୁଜୀ ଚାର ଉଦାସୀ ସ୍ଥଳର ଭ୍ରମଣ କରାଇବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ବିଶେଷ କାମକୁ ନଜରରେ ରଖି ଷ୍ଟେସନକୁ କେବଳ 5 ମାସ ଭିତରେ ପ୍ରସ୍ତୁତ କରାଯାଇଛି । 2ଟି ପ୍ଲାଟଫର୍ମ, ଦୁଇଟି ଓଭରବ୍ରିଜ ନିର୍ମାଣ କରାଯାଇଛି । ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ 60ଟି ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ଏହାସହିତ ଏଠାରେ 'ଏକ ଓଁକାର' ପ୍ରସ୍ତୁତ କରାଯାଉଛି । ଯାହା ସନ୍ଦେଶ ଦେବ ଯେ, ପରମାତ୍ମା ଏକ ବୋଲି ।

ସୂଚନାମୁତାବକ, ଏହି ଷ୍ଟେସନରୁ ଦେଶର ଭିନ୍ତ ଭିନ୍ନ ସ୍ଥାନକୁ 16 ଯୋଡା ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି । ରେଳ ବିଭାଗ ପକ୍ଷରୁ ଦାବି କରାଯାଇଛିଯେ, ଏଠାରେ ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିବନି ।

ABOUT THE AUTHOR

...view details