ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ଜାରି ରହିଛି । ବର୍ତ୍ତମାନ ଦେଶରେ ଏହି ସଂଖ୍ୟା 27 ଲକ୍ଷ ପାର କରିଛି । ପ୍ରାୟ 50 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ତେବେ ପ୍ରତ୍ୟେକ ଦିନ ବୃଦ୍ଧି ପାଉଥିବା ସଂକ୍ରମଣ ସଂଖ୍ୟାରେ ଭାରତ ସର୍ବାଗ୍ରେ ରହିଛି ।
24 ଘଣ୍ଟାରେ ଦେଶରେ 55,079 ପଜିଟିଭ ରିପୋର୍ଟ, 876 ମୃତ - covid 19
ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି କୋରୋନା ମହାମାରୀ। ପ୍ରତ୍ୟେକ ଦିନ ଆସୁଛି 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ । ଅଧିକ ପଢନ୍ତୁ...
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 55 ହଜାର 79ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 876 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 27 ଲକ୍ଷ 2 ହଜାର 743 ପାର କରିଛି । ସେହିପରି ଏଥିରେ 51 ହଜାର 797 ଜଣଙ୍କର ପ୍ରାଣହାନୀ ଘଟିଛି ।
ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ଯରୁ 19 ଲକ୍ଷ 77 ହଜାର 780 ଜଣ ସୁସ୍ଥ ହୋଇଥିବାବେଳେ, 6 ଲକ୍ଷ 73 ହଜାର 166 ଜଣ ଚିକିତ୍ସାଧୀନ ଅଛନ୍ତି । ଦେଶରେ କୋରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ରହିଛି । ଏଠାରେ ମୋଟ ସଂକ୍ରମଣ ସଂଖ୍ୟା 6 ଲକ୍ଷ 4 ହଜାର 358ଟି ରହିଥିବାବେଳେ, ଏଥିରେ 1 ଲକ୍ଷ 55 ହଜାର 268ଟି ମାମଲା ସକ୍ରିୟ ରହିଛି । ସେହିପିରି ସୁସ୍ଥ ହୋଇଛନ୍ତି 4 ଲକ୍ଷ 28 ହଜାର 514 ଜଣ । ଏଥିରେ 20 ହଜାର 265 ଜଣଙ୍କର ମୃତ୍ୟୁ ହୋଇଛି ।