ଓଡିଶା

odisha

ETV Bharat / bharat

6 ମାସର ଶିଶୁ କୋରୋନା ସଂକ୍ରମିତ, କ୍ବାରେନଣ୍ଟାଇନରେ 18 ଡାକ୍ତର

PGIରେ 6 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ । ଶିଶୁର ସମ୍ପର୍କରେ ଆସିଥିବା 54 କର୍ମଚାରୀଙ୍କୁ କ୍ବାରେନଟାଇନ ପଠାଯାଇଛି । ଏମାନଙ୍କ ମଧ୍ୟରେ 18 ଜଣ ଡାକ୍ତର ମଧ୍ୟ ଅଛନ୍ତି।

corona
6 ମାସର ଶିଶୁ କୋରୋନା ସଂକ୍ରମିତ

By

Published : Apr 23, 2020, 10:45 AM IST

ଚଣ୍ଡିଗଡ: PGIରେ 6 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ । ଶିଶୁର ସମ୍ପର୍କରେ ଆସିଥିବା 54 କର୍ମଚାରୀଙ୍କୁ କ୍ବାରେନଟାଇନ ପଠାଯାଇଛି । ଏମାନଙ୍କ ମଧ୍ୟରେ 18 ଜଣ ଡାକ୍ତର ମଧ୍ୟ ଅଛନ୍ତି। ଶିଶୁକୁ ହସ୍ପିଟାଲରେ ହାର୍ଟ ସର୍ଜରୀ ପାଇଁ ଭର୍ତ୍ତି କରାଯାଇଥିଲା। ବୁଧବାର ଶିଶୁଟି କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା ।

ଶିଶୁର ଜନ୍ମରୁ ହୃତପିଣ୍ଡ ସମସ୍ୟା ରହିଛି । ତାଙ୍କୁ ନିଶ୍ବାସ ନେବାରେ ମଧ୍ୟ ଅସୁବିଧା ହେଉଛି। ଏହାପୂର୍ବରୁ ତାଙ୍କୁ 36 ଦିନ ପାଇଁ ଲୁଧିଆନାର ଏକ କର୍ପୋରେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରିସ୍ଥିତିରେ କୌଣସି ଉନ୍ନତି ହୋଇ ନ ଥିବାରୁ ତାଙ୍କୁ PGI ପଠାଯାଇଥିଲା।

21 ଏପ୍ରିଲରେ ଶିଶୁର କୋରୋନା ସଂକ୍ରମଣ ପାଇବା ପରେ ଡାକ୍ତର ତାଙ୍କୁ ପିଜିଆଇର ନେହେରୁ ହସ୍ପିଟାଲ ଏକ୍ସଟେନ୍ସନ୍ ପଠାଇଥିଲେ। ସେ କୋଭିଡ ସୁବିଧାରେ ଚିକିତ୍ସିତ ହେଉଛି ଏବଂ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଛି। PGI ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛି । ଯେଉଁମାନେ ଶିଶୁ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ଯାଞ୍ଚ କରାଯାଉଛି। ଶିଶୁଟି କିପରି ଏବଂ କେଉଁଠାରେ ସଂକ୍ରମଣ ହୋଇଥିଲା ତାହା ଡାକ୍ତରମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଶିଶୁର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଏହାକୁ ଗମ୍ଭୀରତାର ସହ ଅନୁସନ୍ଧାନ କରାଯାଉଛି ।

ABOUT THE AUTHOR

...view details