ଓଡିଶା

odisha

ETV Bharat / bharat

ସିଆଇଏସଏଫର ଆଉ 54 ଯବାନ କୋରୋନା ସଂକ୍ରମିତ, ମୋଟ 114କୁ ବୃଦ୍ଧି

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ 24 ଘଣ୍ଟାରେ 359ଟି ନୂଆ କୋରୋନା ମାମଲା ଆସିଛି । 20 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ....

ସିଆଇଏସଏଫର ଆଉ 54 ଯବାନ କୋରୋନା ସଂକ୍ରମିତ
ସିଆଇଏସଏଫର ଆଉ 54 ଯବାନ କୋରୋନା ସଂକ୍ରମିତ

By

Published : May 13, 2020, 2:24 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ କରାଳ ରୂପ ନେଉଛି । ବର୍ତ୍ତମାନ ସୁଦ୍ଧା 74 ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ପାରାମିଲିଟାରୀ ଫୋର୍ସ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ପୋଲିସ ଫୋର୍ସ (ସିଆଇଏସଏଫ)ରେ ଗତ 24 ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । 24 ଘଣ୍ଟା ମଧ୍ୟରେ କୋରୋନାରେ ସଂକ୍ରମିତ ସିଆଇଏସଏଫର କର୍ମଚାରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

ସିଆଇଏସଏଫର ଆଉ 54 ଯବାନ କୋରୋନା ସଂକ୍ରମିତ

ବର୍ତ୍ତମାନ 114 ସିଆଇଏସଏଫ କର୍ମଚାରୀ ସଂକ୍ରମିତ ହୋଇଛନ୍ତି, ଯାହା ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ 68 ଥିଲା। ଗତ 24 ଘଣ୍ଟା ମଧ୍ୟରେ 54 କର୍ମଚାରୀଙ୍କ ମଧ୍ୟରେ କୋରୋନା ଚିହ୍ନଟ ହୋଇଛି । ନୂତନ ସଂକ୍ରମିତମାନଙ୍କ ମଧ୍ୟରେ 37 ଜଣ ସିଏସଏଫ କର୍ମଚାରୀ କୋଲକାତାର ଇଣ୍ଡିଆନ ମ୍ୟୁଜିୟମରେ ପୋଷ୍ଟିଂ ହୋଇଛନ୍ତି । ଏପର୍ଯ୍ୟନ୍ତ 1077 ଜଣ ଯବାନ ଏବଂ ପ୍ରାୟ 60 ପରିବାରକୁ କ୍ବାରେଣ୍ଟାଇନ କରାଯାଇଛି ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା 68 ସିଏସଏଫ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ। ମୁମ୍ବାଇ ବିମାନବନ୍ଦରରେ 28 ଜଣ, ମୁମ୍ବାଇ ବନ୍ଦରରେ 2 , ମୁମ୍ବାଇ ଆଇଜି ମେଣ୍ଟରେ ଗୋଟିଏ, ଏଚପି ମୁମ୍ବାଇରେ ପୋଷ୍ଟିଂ ହୋଇଥିବା 1, ଦିଲ୍ଲୀ ବିମାନବନ୍ଦରରେ ପୋଷ୍ଟିଂ କରାଯାଇଥିବା 3, ଦିଲ୍ଲୀ DMRCରେ 24, ଆରବି ଗ୍ରେଟର ନୋଏଡାରେ 11 ଜଣଙ୍କ ସେମେତ 68 ଜଣ ସଂକ୍ରମିତ ହୋଇଛନ୍ତି ।

ABOUT THE AUTHOR

...view details