ଓଡିଶା

odisha

ETV Bharat / bharat

ମୟାନଗରୀରେ ମହାମାରୀ, 53 ସାମ୍ବାଦିକ କରୋନା ପଜିଟିଭ୍

ମହାନଗର ମୁମ୍ବାଇରେ ଅତି କମରେ 53 ଜଣ ମିଡିଆ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏହି ସୂଚନା ବୃହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ଜଣେ ଅଧିକାରୀ ପ୍ରଦାନ କରିଛନ୍ତି।

media persons infected with corona virus
କୋରୋନା ସଂକ୍ରମିତ ମୁମ୍ବାଇର 53 ସାମ୍ବାଦିକ

By

Published : Apr 21, 2020, 10:17 AM IST

ମୁମ୍ବାଇ: ମହାନଗର ମୁମ୍ବାଇରେ ଅତି କମରେ 53 ଜଣ ମିଡିଆ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ଜଣେ ଅଧିକାରୀ ପ୍ରଦାନ କରିଛନ୍ତି।

ମୁମ୍ବାଇର ସାମ୍ବାଦିକଙ୍କୁ କୋରୋନା ହୋଇଥିବା ନେଇ ଆଜୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । 53 ଜଣ ଗଣମାଧ୍ୟମ କର୍ମୀ ସଂକ୍ରମିତ ହେବା ଖବର ଦେଖି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ, ‘ମୁମ୍ବାଇର 50ରୁ ଅଧିକ ବୈଦ୍ୟୁତିକ ସାମ୍ବାଦିକ, ବିଶେଷକରି କ୍ୟାମେରାମ୍ୟାନ୍ ତଥା ସିନେମାଟୋଗ୍ରାଫର କୋରୋନା ପଜିଟିଭ୍ ହେବା ଦୁଃଖଦ ଖବର। ପ୍ରତ୍ୟେକ ସାମ୍ବାଦିକ ଉପଯୁକ୍ତ ଯତ୍ନ ନେବା ଉଚିତ୍।

କୋଭିଡ -19 ଅନୁସନ୍ଧାନ ପାଇଁ 16 ଏବଂ 17 ଏପ୍ରିଲରେ ଆଜାଦ ମଇଦାନରେ ଏକ ସ୍ବତନ୍ତ୍ର ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସାମ୍ବାଦିକ, ଫଟୋଗ୍ରାଫର, ବୈଦୁତିକ ଏବଂ ପ୍ରିଣ୍ଟ ମିଡିଆର କ୍ୟାମେରାମ୍ୟାନଙ୍କ ସମେତ 171 ଜମଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା'।

ବିଏମସି ମୁଖପାତ୍ର ବିଜୟ ଖାବଲେ କହିଛନ୍ତି ଯେ, ମୋଟ 171ଟି ନମୁନା ମଧ୍ୟରୁ 53ଟି କୋରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ କହିଥିଲେ ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ସଂକ୍ରମିତ ହୋଇଥିବା ସମସ୍ତ ଗଣମାଧ୍ୟମ କର୍ମଚାରୀଙ୍କୁ ପୃଥକ ପୃଥକ ଭାବରେ ରଖାଯିବ ବୋଲି ଖାବଲେ କହିଛନ୍ତି ।

ABOUT THE AUTHOR

...view details