ଓଡିଶା

odisha

By

Published : Apr 27, 2020, 11:24 PM IST

ETV Bharat / bharat

ମହାରାଷ୍ଟ୍ରରେ କୋରୋନା ପ୍ରକୋପ: ଗୋଟିଏ ଦିନରେ 522 ଆକ୍ରାନ୍ତ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8590 ଛୁଇଁଛି । ପରିସ୍ଥିତିର ଭୟାବହତାକୁ ଦେଖିଲେ ଏହା ଆଗାମୀ 2 ଦିନ ଭିତରେ 10 ହଜାର ଛୁଇଁବାର ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନା ପ୍ରକୋପ: ଗୋଟିଏ ଦିନରେ 522 ଆକ୍ରାନ୍ତ
ମହାରାଷ୍ଟ୍ରରେ କୋରୋନା ପ୍ରକୋପ: ଗୋଟିଏ ଦିନରେ 522 ଆକ୍ରାନ୍ତ

ମୁମ୍ବାଇ: ଭାରତରେ କୋରୋନା ନିଜର କାୟା ବିସ୍ତାର କରିଚାଲିଛି । ଏବେ ସୁଦ୍ଧା 28 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ରାଜ୍ୟରେ ଥମିବାର ନାମ ନେଉନି କୋଭିଡ-19 ।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଏଠାରେ ସୋମବାର 522ଟି ନୂଆ ମାମଲା ସାମନାକୁ ଆସିଛି । ସମସ୍ତଙ୍କ ରିପୋର୍ଟ ସୋମବାର ହିଁ ପଜିଟିଭ ଆସିଛି । ଏହାସହ 27 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8590 ଛୁଇଁଛି । ପରିସ୍ଥିତିର ଭୟାବହତାକୁ ଦେଖିଲେ ଏହା ଆଗାମୀ 2 ଦିନ ଭିତରେ 10 ହଜାର ଛୁଇଁବାର ଆଶଙ୍କା ଦେଖାଦେଇଛି ।

ସେହିପରି ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା 369 ରହିଛି । ଏବେ ଯାଏଁ 1282 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । କେବଳ ସୋମବାର 94 ଜଣ ସୁସ୍ଥ ହୋଇଛନ୍ତି । ମାୟା ନଗରୀ ମୁମ୍ବାଇରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ କେବଳ 5000 ଉପରେ କୋରୋନା ପଜିଟିଭ ଅଛନ୍ତି । ସେହିପରି ଏହା ପଛକୁ ପୁଣେରେ ଦ୍ବିତୀୟ ସର୍ବାଧିକ ପଜିଟିଭ ଅଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details