ଓଡିଶା

odisha

ETV Bharat / bharat

କୋରୋନା: 24 ଘଣ୍ଟାରେ ଦେଶରେ 151808 ରକ୍ତ ନମୁନା ପରୀକ୍ଷା କରାଯାଇଛି

24 ଘଣ୍ଟାରେ ଦେଶରେ 1 ଲକ୍ଷ 51 ହଜାର 808 କୋରୋନା ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 52 ଲକ୍ଷ 13 ହଜାର 140 ରକ୍ତ ନମୁନା କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସୂଚନା ଦେଇଛନ୍ତି ।

_corona testing
24 ଘଣ୍ଟାରେ ଦେଶରେ 151808 ରକ୍ତ ନମୂନା କୋରୋନା ପରୀକ୍ଷା କରାଯାଇଛି

By

Published : Jun 11, 2020, 11:23 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିଲା । ମାତ୍ର ଲକଡାଉନ ପରେ ମଧ୍ୟ ଦେଶରେ ପ୍ରତ୍ୟେକ ଦିନ 10 ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ତେବେ 24 ଘଣ୍ଟାରେ ଦେଶରେ 1 ଲକ୍ଷ 51 ହଜାର 808 କୋରୋନା ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 52 ଲକ୍ଷ 13 ହଜାର 140 କୋରୋନା ରକ୍ତ ନମୁନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସୂଚନା ଦେଇଛନ୍ତି ।

ତେବେ ଦେଶରେ 24 ଘଣ୍ଟାରେ ସର୍ବାଧିକ 9996 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 357 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 86 ହଜାର 579ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 37 ହଜାର 448 ଜଣ ଆକ୍ରାନ୍ତ ଆକ୍ଟିଭ 1 ଲକ୍ଷ 41 ହଜାର 029 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ 8 ହଜାର 102 ଜଣ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟି ଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ତେବେ ପୂର୍ବ ତୁଳନାରେ ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ କୋରୋନା ପରୀକ୍ଷା କରାଯାଉଛି । ଦେଶରେ ସ୍ବାଭାବିକ ସ୍ଥିତି ଆଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଗୁଡିକରେ ଧୀରେ ଧୀରେ ମଲ, ମନ୍ଦିର, ଦୋକାନ ଆଦି ଖୋଲା ଯାଉଛି । ଏଭଳି ସ୍ଥଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସ୍ବଭାବିକ । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କ୍ଷେତ୍ରକୁ ସାମାଜିକ ଦୂରତା ଏବଂ କୋରୋନା ପ୍ରୋଟକଲ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details