ଜୟପୁର: ଚିନ୍ତା ବଢାଇଛି କୋରୋନା ଭାଇରସ । ଏହି କ୍ରମରେ ରାଜସ୍ଥାନରେ ରବିବାର 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 751ରେ ପହଞ୍ଚିଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ରାଜସ୍ଥାନରେ 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 751 - କୋରୋା ନ୍ୟୁଜ
ରାଜସ୍ଥାନରେ ରବିବାର 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 751ରେ ପହଞ୍ଚିଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
![ରାଜସ୍ଥାନରେ 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 751 corona upadate](https://etvbharatimages.akamaized.net/etvbharat/prod-images/768-512-6758038-797-6758038-1586667331314.jpg)
ତେବେ 51 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 15 ଜଣ ବନଶ୍ବାରା, 8 ଜଣ ବିକାନର, ଜଣେ ଜୈଶଲମର, 8 ଯୋଧପୁର, ଜଣେ ଶିକାର ଏବଂ 2 ଜଣ ହୌନମଙ୍ଗଡ ବୋଲି ଜଣାପଡିଛି । ସେହିପରି ରବିବାର ମହାରାଷ୍ଟ୍ରରେ ମୁମ୍ବାଇ ଧରାବୀ ଅଞ୍ଚଳରୁ 15 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଧରାବୀ ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 43ରେ ପହଞ୍ଚିଥିବା ବେଳେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 8356 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 716 ଆକ୍ରାନ୍ତ ସୁସ୍ଥ ଥିବାଜଣାପଡିଛି ।ଏଥିସହ ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଛି ।