ନୂଆଦିଲ୍ଲୀ: ଦେଶର 51ଟି ସେନା ଡାକ୍ତରଖାନାରେ କୋରୋନା ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି ଡାକ୍ତରଖାନା ଗୁଡିକ କୋଲକାତା, ବିଶାଖାପାଟଣା, କୋଚି, ବେଙ୍ଗାଲୁରୁ, କାନପୁର, ଜୈସାଲମେର, ଜୋରହାଟ, ଆସାମ ଏବଂ ଗୋରଖପୁରରେ ଅବସ୍ଥିତ । ସେହିପରି ସଶସ୍ତ୍ର ବାହିନୀ ଡାକ୍ତରଖାନା ଗୁଡ଼ିକରେ ପାଞ୍ଚଟି କୋରୋନା ଟେଷ୍ଟିଂ ଲ୍ୟାବ କରାଯାଇଛି । ଯାହା ଦ୍ବାରା ଦିଲ୍ଲୀ, ବେଙ୍ଗାଲୁରୁ ଓ ଲକ୍ଷ୍ନୌ ଆଦି ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପରୀକ୍ଷା କରାଯାଇପାରିବ । ଅପରପକ୍ଷେ ଅନ୍ୟ 6ଟି ଡାକ୍ତରଖାନା ଖୁବ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସେହିପରି ସଶସ୍ତ୍ର ବାହିନୀ ପକ୍ଷରୁ 6ଟି କ୍ବାରେଣ୍ଟାଇନ ଶିବିର କରାୟାଇଛି । ସେଠାରେ 1737 ଲୋକଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ 403 ଜଣଙ୍କୁ ଖୁବ ଶୀଘ୍ର ମୁକ୍ତ କରାଯିବ । ଶିବିରରୁ 3 ଜଣ ପଜିଟିଭ ଚିହ୍ନଟ କରାଯାଇଛି । ସେମାନଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ 15ଟି କ୍ବାରେଣ୍ଟାଇନକୁ ପ୍ରସ୍ତୁତ ରଖାଯାଇଛି, ଆବ7ସ୍ୟକ ହେଲେ ସେଗୁଡିକୁ କାର୍ଯ୍ୟରେ ଲଗାଯିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।