ପାଟନା: ବିଶ୍ବକୁ ଶାନ୍ତି ଓ ଅଂହିସାର ସନ୍ଦେସ ଦେଉଥିବା ବିଶ୍ବ ଶାନ୍ତି ସ୍ତୁପର 50 ତମ ବାର୍ଷିକୋତ୍ସବ ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ସବିତା କୋବିନ୍ଦ, ବିହାର ରାଜ୍ଯପାଳ ଫାଗୁ ଚୌହାନ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାରଙ୍କ ସମେତ ପର୍ଯ୍ଯଟନ ମନ୍ତ୍ରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଧର୍ମାଲମ୍ବୀଙ୍କ ପକ୍ଷରୁ ଏକ ପୂଜାର ଆୟୋଜନ କରାଯାଇଥିଲା । ବୌଦ୍ଧ ମନ୍ତ୍ରର ଉଚ୍ଚାରଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପ୍ରରିପେକ୍ଷୀରେ ଭାରତ, ଜାପାନ, ଶ୍ରୀଲଙ୍କା, ଆମେରିକା ସହିତ ଇଂଲଣ୍ଡ ଓ ଅନେକ ଦେଶର ବୌଦ୍ଧ ଧର୍ମାବଲମ୍ବୀମାନେ ପହଞ୍ଚିଥିଲେ । ଏହାପରେ ବିଶ୍ବରେ ଯେପରି ଅହିଂସା ଓ ଶାନ୍ତିର ବାତ୍ତାବରଣ ବଜାଇ ରହୁ ସେନେଇ ପ୍ରାର୍ଥନା କରାଯାଇଥିଲା ।
ବିଶ୍ବ ଶାନ୍ତି ସ୍ତୁପର 50 ତମ ବାର୍ଷିକୋତ୍ସବ ବୌଦ୍ଧ ଧର୍ମାବଲମ୍ବୀ ବଂଶଗୁ ଦୌରନେଗୀ କହିଛନ୍ତିଯେ, ମହାତ୍ମାଗାନ୍ଧୀଙ୍କ 100ତମ ଜୟନ୍ତୀ ଅବସରରେ ବିଶ୍ବ ଶାନ୍ତି ପାଇଁ ରାଜଗୀରରେ ରତ୍ନଗିରୀ ପର୍ବତରେ ବିଶ୍ବ ଶାନ୍ତି ସ୍ତୁପ ନିର୍ମାଣ କରାଯାଇଥିଲା । ଯାହା ଏକ ଅଦ୍ଭୁତ ପୂର୍ବ କାର୍ଯ୍ୟ ଥିଲା । ସେ ଆହୁରି କହିଛନ୍ତିଯେ, ବ୍ୟକ୍ତିର ବ୍ୟକ୍ତିତ୍ବ ଜଡରୁ ପ୍ରସ୍ତୁତ ହୋଇନାହିଁ । ଜଡ ଆଉ ଚେତନାରେ ହିଁ ତିଆରି ହୋଇଛି । ଯେପରି ଶରୀର ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକତା ହୋଇଥାଏ । ସେହିଭଳି ଶାନ୍ତି ପାଇଁ ନମ୍ରତା, ସ୍ଥିର ଓ ପ୍ରଜ୍ଞାର ଆବଶ୍ୟକତା ରହିଛି ।
ବଂଶଗୁ ଦୌରନେଗୀ କହିଛନ୍ତି, ଉଭୟକୁ ସମାନାନ୍ତର ବାବେ ବିଚାର ନକରାଗଲେ ବାସ୍ତବିକ ଶାନ୍ତିର କାମନା କରାଯାଇପାରିବ ନାହିଁ । ଦୁନିଆରେ ବାୟୁ ଓ ଜଳ ପ୍ରଦୂଷଣ ବିଷୟରେ କୁହାଯାଉଛି । କିନ୍ତୁ ଯେପର୍ଯ୍ୟନ୍ତ ଆମେ ତୃଷ୍ଣା ଓ ସ୍ବାର୍ଥର ଭାବନା ତ୍ୟାଗ ନ କରିଛେ ସେପର୍ଯ୍ୟନ୍ତ ବ୍ରାହ୍ମ୍ୟ ରୂପରେ କୌଣସି ପ୍ରକାର ପ୍ରଦୂଷଣର ସମାଧାନ ବାହାରିପାରିବ ନାହିଁ । ତୃଷ୍ଣାକୁ ସମ୍ପୂର୍ଣ୍ଣ ଭାବେ ପରିତ୍ୟାଗ କରିଲେ ଯାଇ ଶାନ୍ତି ପ୍ରାପ୍ତ ହୋଇପାରିବ ।