ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ତାମିଲନାଡୁରେ 508 ମାମଲା, 4000 ପାର ଆକ୍ରାନ୍ତ

24 ଘଣ୍ଟାରେ ମାତ୍ର 2ଟି ମୃତ୍ୟୁ ରେକର୍ଡ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 33 ରହିଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ ତାମିଲନାଡୁରେ 508 ମାମଲା, 4000 ପାର ଆକ୍ରାନ୍ତ
24 ଘଣ୍ଟାରେ ତାମିଲନାଡୁରେ 508 ମାମଲା, 4000 ପାର ଆକ୍ରାନ୍ତ

By

Published : May 6, 2020, 1:17 AM IST

ଚେନ୍ନାଇ: ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ପରେ ତାମିଲନାଡୁ କୋରୋନା ପ୍ରକୋପରେ ଥରହର । ଦେଶର ଚତୁର୍ଥ ରାଜ୍ୟ ଭାବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 4000 ପାର କରିଛି । ମଙ୍ଗଳବାର 508ଟି ନୂଆ ମାମଲା ସାମନାକୁ ଆସିଛି ।

ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4058 ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । 24 ଘଣ୍ଟାରେ ମାତ୍ର 2ଟି ମୃତ୍ୟୁ ରେକର୍ଡ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 33 ରହିଛି ।

ତାମିଲନାଡୁରେ ଶ୍ରମିକଙ୍କ ଯୋଗୁଁ ଏବେ କୋଭିଡ-19 ଅଧିକ ବ୍ୟାପୁଥିବା ଦେଖାଯାଉଛି । ତେବେ ସାରା ଦେଶ ଭିତରେ ଏହାର ସୁସ୍ଥତା ହାର ଅଧିକ ରହିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଡ ବଡ ସହରଠାରୁ କମ ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details