ଓଡିଶା

odisha

ETV Bharat / bharat

ଲକଡାଉନ ଅବମାନନା: କେରଳରେ 50ହଜାର ଟନ୍ ମାଛ ଜବତ ପରେ ନଷ୍ଟ - କୋରୋନା ସତର୍କତା

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୁରୁବାର ସୂଚନା ଦେଇଛନ୍ତି ଯେ ଗତ ଏକ ସପ୍ତାହ ମଧ୍ୟରେ ସାରା ରାଜ୍ୟରେ ବିକ୍ରି ପାଇଁ ନିଆଯାଉଥିବା 50,000 କିଲୋଗ୍ରାମ ପୁରୁଣା ମାଛ ଜବତ କରାଯିବା ପରେ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

Kerala
ଲକଡାଉନ ଅବମାନନା: କେରଳରେ 50ହଜାର ଟନ୍ ମାଛ ଜବତ ପରେ ନଷ୍ଟ

By

Published : Apr 9, 2020, 9:49 PM IST

ଥିରୁଅନନ୍ତପୁରମ୍: ସାରା ଦେଶରେ 21 ଦିନିଆ ଲକଡାଉନ ଜାରି ରହିଛି । ଏହାର ଅବଧି ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିସ୍ଥଳେ ଅନେକ ସ୍ଥାନରେ ଲକଡାଉନକୁ ଅବମାନନା କରାଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୁରୁବାର ସୂଚନା ଦେଇଛନ୍ତି ଯେ ଗତ ଏକ ସପ୍ତାହ ମଧ୍ୟରେ ସାରା ରାଜ୍ୟରେ ବିକ୍ରି ପାଇଁ ନିଆଯାଉଥିବା 50,000 କିଲୋଗ୍ରାମ ପୁରୁଣା ମାଛ ଜବତ କରାଯିବା ପରେ ନଷ୍ଟ କରାଯାଇଛି ।

ସୂଚନା ରହିଛି ଯେ, ବର୍ତ୍ତମାନ ଲୋକମାନେ ସମୁଦ୍ର ମଧ୍ୟକୁ ଯାଇ ମାଛ ମାରିବା କାର୍ଯ୍ୟ କରୁଛନ୍ତି । ଯେପରିକି ସରକାର ଏହି ଦିଗରେ କଡ଼ା ସଜାଗ ରହିଛନ୍ତି । ଏହାସହ ଏଭଳି କାର୍ଯ୍ୟାନୁଷ୍ଠାନକୁ ଗୁରୁତର ସହ ନିଆଯାଉଛି । ଉଲ୍ଲଂଘନକାରୀମାନେ ଜୋରିମାନା ଦେବେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ରିପୋର୍ଟରେ ଉଲ୍ଲେଖ ରହିଛି ରାଜ୍ୟରେ ଅନୁମତି ପ୍ରାପ୍ତ ସ୍ଥାନରେ ମତ୍ସ୍ୟଜୀବୀ ମହିଳାମାନେ ମତ୍ସ୍ୟ କେନ୍ଦ୍ରରୁ ମାଛ କ୍ରୟ କରିପାରିବେ । ଏହାସହ ଏହି ସ୍ଥାନ ମାନଙ୍କରେ ସାମାଜିକ ଦୂରତା ବଜାୟ ରହିବ। ଉପରେ ସର୍ବାଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

@IANSଇନପୁଟ

ABOUT THE AUTHOR

...view details