ଓଡିଶା

odisha

ETV Bharat / bharat

ପ୍ରତିଦିନ କରତାରପୁର ସାହିବ ଦର୍ଶନ କରିବେ 5000 ଶ୍ରଦ୍ଧାଳୁ - pakistan

ପ୍ରାୟ 5000 ଶ୍ରଦ୍ଧାଳୁ ପ୍ରତ୍ୟେକ ଦିନ କରତାରପୁର ସାହିବ ଗୁରୁଦ୍ବାରର ଦର୍ଶନ କରିପାରିବେ। ଏନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସହମତି ପ୍ରକାଶ ପାଇଛି।

ଫାଇଲ ଫଟୋ

By

Published : Sep 4, 2019, 8:46 PM IST

ନୂଆଦିଲ୍ଲୀ: କରତାରପୁର କରିଡରକୁ ଅନ୍ତିମ ରୂପରେଖ ଦେବା ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଆୟୋଜିତ ହୋଇଥିବା ତୃତୀୟ ବୈଠକ ସଫଳ ହୋଇଛି । ପ୍ରବାସୀ ଭାରତୀୟଙ୍କ ସମେତ ସମସ୍ତ ଭାରତୀୟଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ଏବଂ ଧର୍ମ ଆଧାରରେ ଭେଦଭାବ ନକରି ଯାତ୍ରା କରିବାକୁ ଅନୁମତି ଦେବା ଉପରେ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।

ତେବେ ଏହା ମାଧ୍ୟମରେ ପ୍ରତ୍ୟେକ ଦିନ ପ୍ରାୟ 5000 ଶ୍ରଦ୍ଧାଳୁ କରତାରପୁର ସାହିବ ଗୁରୁଦ୍ବାରର ଦର୍ଶନ କରିପାରିବେ। ଏହା ସପ୍ତାହର ସବୁ ବାରରେ ଖୋଲା ରହିବ। ସେପଟେ ଶ୍ରଦ୍ଧାଳଙ୍କ ସିର୍ଭିସ ଫି’ ଛାଡ଼ କରିବାକୁ ଭାରତ କହିଥିବା ବେଳେ, ପାକିସ୍ତାନ ଫି’ ନେବା ସପକ୍ଷରେ ବୁଧବାର ନିଜର ପ୍ରସ୍ତାବ ରଖିଛି ।

ସେପଟେ ଗୁରୁଦ୍ବାର ପରିସରରେ ଭାରତୀୟ କନସୁଲେଟ୍ କିମ୍ବା ପ୍ରୋଟୋକଲ ଅଫିସିଆଲଙ୍କ ଉପସ୍ଥିତିକୁ ନେଇ ପାକିସ୍ତାନ ଅନିଚ୍ଛା ପ୍ରକାଶ କରିଛି । ଅମୃତସରର ଅଟାରୀ ସୀମାରେ ଆୟୋଜିତ ସଂଯୁକ୍ତ ସଚିବସ୍ତରର ବୈଠକରେ ସାମିଲ ହେବା ପାଇଁ ପାକିସ୍ତାନର 20 ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ ଭାରତରେ ପହଞ୍ଚିଥିଲେ।

ABOUT THE AUTHOR

...view details