ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ଲାଗି କସରତ କରୁଥିବା ଦେଖିବାକୁ ମିଳୁଛି । ସେପଟେ କେବଳ ନେତା ନୁହଁନ୍ତି ଜନତା ମଧ୍ୟ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର କରୁଛନ୍ତି।
ଦିଲ୍ଲୀ ନିର୍ବାଚନ: ଆପ୍ ପାଇଁ ପ୍ରଚାର କରୁଛନ୍ତି ପ୍ରବାସୀ ଭାରତୀୟ - ଦିଲ୍ଲୀ ନିର୍ବାଚନ
ଆପ୍(ଆମ ଆଦମୀ ପାର୍ଟି)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ଦିଲ୍ଲୀରେ ପ୍ରଚାର କରୁଛନ୍ତି ପ୍ରବାସୀ ଭାରତୀୟ । ଦିଲ୍ଲୀକୁ କେଜ୍ରିୱାଲ ସରକାର ବଦଳାଇ ପାରିବେ ବୋଲି ବିଶ୍ବାସ କରି ସେମାନେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।
ଦିଲ୍ଲୀ ନିର୍ବାଚନ: ଆପ୍ ପାଇଁ ପ୍ରଚାର କରୁଛନ୍ତି ପ୍ରବାସୀ ଭାରତୀୟ
ଏପରି ସ୍ଥିତିରେ ଆପ୍(ଆମ ଆଦମୀ ପାର୍ଟି)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ଦିଲ୍ଲୀରେ ପ୍ରଚାର କରୁଛନ୍ତି ପ୍ରବାସୀ ଭାରତୀୟ । ଦିଲ୍ଲୀକୁ କେଜ୍ରିୱାଲ ସରକାର ବଦଳାଇ ପାରିବେ ବୋଲି ବିଶ୍ବାସ କରି ସେମାନେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।
ପାଖାପାଖି 500 ପ୍ରବାସୀ ଭାରତୀୟ ଏହି ପ୍ରଚାରରେ ସାମିଲ ଥିବା ଆପ୍ର ଓଭରସିଜ କନଭେନର ପୃଥ୍ବୀ ରେଡ୍ଡୀ କହିଛନ୍ତି । ସୂଚନା ଥାଉକି, ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ଏହାସହ ଫେବୃଆରୀ 11 ତାରିଖରେ ଭୋଟ ଗଣତି କରାଯିବ ।