ଓଡିଶା

odisha

ETV Bharat / bharat

12 ହସ୍ପିଟାଲ ବୁଲି ନୟାନ୍ତ, ମିଳିଲାନି ଆଡମିଶନ: ପ୍ରାଣ ହରାଇଲେ ମହିଳା

ଜଣେ ଶ୍ବାସକ୍ରିୟା ସମସ୍ୟାରେ ପୀଡିତ ମହିଳା 12 ଟି ଡାକ୍ତରଖାନା ବୁଲିବା ପରେ ମଧ୍ୟ ବେଡ୍‌ ଅଭାବରୁ ଆଡମିଶନ ନମିଳିବା ଫଳରେ ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଘଟଣା ବେଙ୍ଗାଲୁରୁର । ଶ୍ବାସକ୍ରିୟାରେ ସମସ୍ୟା ଥିବା ଜଣେ 50 ବର୍ଷୀୟ ବୟସ୍କା ମହିଳା ଶନିବାର ପ୍ରାଣ ହରାଇଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jul 5, 2020, 1:35 PM IST

ବେଙ୍ଗାଲୁରୁ: ମହାମାରୀ କାଳରେ ଅନେକ ବ୍ୟଥା, ବେଦନା, ହୃଦୟବିଦାରକ ଘଟଣାମାନ ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗୁଛି । କାହାଣୀ ଯେତିକି କରୁଣ ସେତିକି ଦୁଃଖଦାୟକ । କୋରୋନା କାଳରେ ଦେଶର ଚିକିତ୍ସା ବ୍ୟବସ୍ଥାର ଅବ୍ୟବସ୍ଥା ପଦାରେ ପଡୁଛି । ଏପରିସ୍ଥଳେ ଜଣେ ଶ୍ବାସକ୍ରିୟା ସମସ୍ୟାରେ ପୀଡିତ ମହିଳା 12 ଟି ଡାକ୍ତରଖାନା ବୁଲିବା ପରେ ମଧ୍ୟ ବେଡ୍‌ ଅଭାବରୁ ଆଡମିଶନ ନମିଳିବା ଫଳରେ ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଘଟଣା ବେଙ୍ଗାଲୁରୁର । ଶ୍ବାସକ୍ରିୟାରେ ସମସ୍ୟା ଥିବା ଜଣେ 50 ବର୍ଷୀୟ ବୟସ୍କା ମହିଳା ଶନିବାର ପ୍ରାଣ ହରାଇଛନ୍ତି । ତାଙ୍କ ସ୍ବାମୀ ବାବୁ କହିଛନ୍ତି ଯେ, ତିନି ଦିନ ମଧ୍ୟରେ ଭିକ୍ଟୋରିଆ ହସ୍ପିଟାଲ ଏବଂ ଅନ୍ୟାନ୍ୟ ବେସରକାରୀ ହସ୍ପିଟାଲକୁ ମିଶାଇ ମୋଟ 12 ଟି ଡାକ୍ତରଖାନାକୁ ସେ ତାଙ୍କ ପତ୍ନୀଙ୍କୁ ନେଇ ଚିକିତ୍ସା ନିମନ୍ତେ ପହଞ୍ଚିଥିଲେ । ମାତ୍ର ବେଡ୍‌ ଅଭାବ କାରଣରୁ କୌଣସି ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଆଡମିଶନ ମିଳିନଥିଲା । ଶେଷରେ ସେ ତାଙ୍କ ପତ୍ନୀଙ୍କୁ କେସି ଜେନେରାଲ ହସ୍ପିଟାଲରେ ଆଡମିଶନ କରିଥିଲେ । ମାତ୍ର ଏହାର କିଛି ମିନିଟ ପରେ ଶନିବାର ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ ।

ବେଙ୍ଗାଲୁରୁରେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ହସ୍ପିଟାଲରେ ବେଡ୍‌ ଅଭାବରୁ ରୋଗୀ ପ୍ରାଣ ହରାଇଥିବା ଦୁଇ ତିନୋଟି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏଥିରୁ ରାଜ୍ୟରେ ହସ୍ପିଟାଲର ବିପର୍ଯ୍ୟସ୍ତ ବ୍ୟବସ୍ଥା ପଦାରେ ପଡିଛି ।

ABOUT THE AUTHOR

...view details