ଶ୍ରୀନଗର: ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରସରକାରଙ୍କର ବଡ ଉପହାର । ଆଜି ପ୍ରେସ ମିଟ୍ ଜରିଆରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରାଜ୍ୟର ବିକାଶ ପାଇଁ 1350 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହାସହ ବିଜୁଳି ଓ ପାଣି ବିଲ୍ ରେ 50 ପ୍ରତିଶତ ରିହାତି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।
ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମୋନଜ ସିନ୍ହା କହିଛନ୍ତି, ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟବସାୟ ସମ୍ପ୍ରଦାୟର ଲୋକଙ୍କ ପାଇଁ 1,350 କୋଟି ଆର୍ଥିକ ପ୍ୟାକେଜର ମଞ୍ଜୁରୀ କରି ଖୁସି ଅନୁଭବ ହେଉଛି । ସେ ଆହୁରୀ ମଧ୍ୟ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ 6 ମାସ ପର୍ଯ୍ୟନ୍ତ କୌଣସି ସର୍ତ୍ତ ବିନା ବ୍ୟବସାୟ ସମ୍ପ୍ରଦାୟରୁ ଯେଉଁମାନେ ଋଣ ନେବେ ସେମାନଙ୍କୁ 5% ସୁଧ ଦେବାକୁ ନିଷ୍ପତ୍ତି ନେଇଛୁ । ଏହା ଏକ ବଡ଼ ସାହାଯ୍ୟ ହେବା ସହ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।