ଓଡିଶା

odisha

ETV Bharat / bharat

ଜାଣନ୍ତୁ, ମୋଦି ସରକାରଙ୍କ କେଉଁ ଯୋଜନାର ଲାଭ ପାଇବେ ଗର୍ଭବତୀ ମହିଳା - pregnant women

ପ୍ରାୟ 50 ଲକ୍ଷ ଗର୍ଭବତୀ ଏବଂ ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭ ମିଳିବ ବୋଲି ସଂସଦକୁ ଜଣାଇଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାର ସମ୍ପର୍କରେ ସେ ମତ ରଖିଛନ୍ତି ।

ଫାଇଲ ଫଟୋ

By

Published : Jul 27, 2019, 5:57 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର ଲାଭ 50 ଲକ୍ଷ ଗର୍ଭବତୀ ଏବଂ ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ମିଳିବ। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନା ସମ୍ପର୍କରେ ମତ ରଖି ଏହା କହିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହା କହିଛନ୍ତି । ଆଜକୁ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ରେ ଏହି ଯୋଜନା ଆରମ୍ଭ ହୋଇଥିଲା ।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ କହିଥିଲେ ଯେ ଏହି ଯୋଜନା ଆଧାରରେ ଗର୍ଭବତୀ ଏବଂ ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ 5 ହଜାର ଟଙ୍କା କିସ୍ତି ହିସାବରେ ଦିଆଯାଇଥାଏ । ଏହି ଯୋଜନାରେ 49, 58, 172 ଗର୍ଭବତୀ ମହିଳା ଏବଂ ନବମାତୃତ୍ବ ଲାଭ କରିଥିବା ମହିଳାଙ୍କୁ 3ଟି କିସ୍ତିରେ ଟଙ୍କା ଦିଆଯିବ । ପ୍ରଥମ ଶିଶୁ ଗର୍ଭରେ ରହିବା ଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇପାରିବେ ମହିଳା ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଯୋଗ୍ୟ ମହିଳାଙ୍କୁ ପ୍ରଥମ ନିୟମ ମୁତାବକ ଟଙ୍କା ଦିଆଯିବ । ଆଉ ଏହି ଟଙ୍କା ଜନନୀ ସୁରକ୍ଷା ଯୋଜନାରେ ଦିଆଯାଉଥିବା ସହାୟତା । ଯାହାର ରକ୍ଷଣାବେକ୍ଷଣା ଦାୟିତ୍ୱ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉପରେ ନ୍ୟସ୍ତ ଥାଏ । ଶିଶୁ ଜନ୍ମ ପରେ ପ୍ରତି ଗର୍ଭବତୀ ମହିଳାଙ୍କୁ ୬୦୦୦ ଟଙ୍କା ଦେବାକୁ ଏହି ମନ୍ତ୍ରଣାଳୟ ପକ୍ଷରୁ ନିଶ୍ଚିତ କରାଯାଇଥାଏ ।

ଏହି ଯୋଜନା ଆଧାରରେ ଓଡିଶା ଏବଂ ତେଲେଙ୍ଗାନା ନିଜ ରାଜ୍ୟରେ ନବମାତୃତ୍ବ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ବିଭିନ୍ନ ଲାଭକାରୀ ଯୋଜନା କାର୍ଯ୍ୟକାରୀ କରିଥାନ୍ତି । ଏହି ଯୋଜନା ସବୁ ପିଏମଏମବିୱାଇ ଆଧାରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଠାରୁ ଭିନ୍ନ । ଏହି ଯୋଜନାର ଲାଭ ଉତ୍ତରପ୍ରଦେଶର ସବୁଠାରୁ ଅଧିକ ଉଠାଇ ଥିବାବେଳେ, ସବୁଠାରୁ କମ ତାମିଲନାଡୁ ଉଠାଇଥିବା ନେଇ କେନ୍ଦ୍ର ଶିଶୁବିକାଶ କହିଛନ୍ତି।

ABOUT THE AUTHOR

...view details