ହାଇଦ୍ରାବାଦ: ପରିବେଶକୁ ସ୍ବଚ୍ଛ ରଖିବାକୁ ଦେଶର ସବୁ ସ୍ଥାନରେ ନୂଆ ଉପାୟମାନ ଦେଖିବାକୁ ମିଳୁଛି। କେଉଁଠି ହୋଟେଲରେ ଖାଇବାକୁ ଗଲେ ଏକ କେଜି ପ୍ଲାଷ୍ଟିକ ଆବର୍ଜନା ବଦଳରେ ମାଗଣାରେ ଖାଇବା ଦେଲେଣି ତ ଆଉ କେଉଁଠି ପ୍ଲାଷ୍ଟିକ ବଦଳରେ ଗୁଆ ଖୋଳପାରେ ପ୍ରସ୍ତୁତି ଥାଳିରେ ଖାଇବା ପରଷା ଯାଉଛି। ସେହିଭଳି ଆଉ ଏକ ନୂଆ ଘଟଣା ସାମ୍ନାକୁ ଆସିଛି।
ଷ୍ଟିଲ ଟିଫିନ ଆଣନ୍ତୁ, 50 ଗ୍ରାମ ମାଂସ ମାଗଣା ପାଆନ୍ତୁ... - ଟିଲ ଟିଫିନ ବଦଳରେ 50 ଗ୍ରାମ ମାଂସ ମାଗଣା
ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ନୂଆ ପ୍ରୟାସ। ଷ୍ଟିଲ ଟିଫିନ ବଦଳରେ 50 ଗ୍ରାମ ଅଧିକ ମାଂସ ମାଗଣା ନିଅନ୍ତୁ। ଅଧିକ ପଢନ୍ତୁ...
ପ୍ଲାଷ୍ଟିକର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ତେଲେଙ୍ଗାନାର ଜଣେ ମାଂସ ଦୋକାନୀ। ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ରୋକିବାକୁ ସେ ଲୋକଙ୍କୁ ଷ୍ଟିଲ ଟିଫିନ ଆଣିବାକୁ କହୁଛନ୍ତି। କଥାଟା ଅଜବ ଲାଗୁଥିବ ନିଶ୍ଚୟ। ଆଜ୍ଞା ହଁ ଏଭଳି ଏକ ନୂଆ ଉପାୟ ବାଛିଛନ୍ତି ତେଲେଙ୍ଗାନାର ଭୁପାଲପାଲି ଜିଲ୍ଲାର ଜଣେ ମାଂସ ଦୋକାନୀ ରାଜୁ। ଷ୍ଟିଲ ଟିଫିନ ନେଇ ଆସିଲେ 50 ଗ୍ରାମ ଅଧିକ ମାଂସ ମାଗଣାରେ ଦେବେ ବୋଲି ସେ ଗ୍ରାହକଙ୍କୁ ଉଦ୍ଦେଶ୍ୟରେ କହିଛନ୍ତି। ଏହି ଘଟଣା ପରେ ରାଜୁଙ୍କ ମାଂସ ଦୋକାନରେ ଭିଡ ଦେଖିବାକୁ ମିଳୁଛି। ତାଙ୍କର ଏହି ଭିନ୍ନ ପ୍ରୟାସକୁ ସବୁମହଲରେ ପ୍ରଶଂସା କରାଯାଉଛି।